STORYMIRROR

Prabhati Mahapatra

Tragedy

3  

Prabhati Mahapatra

Tragedy

ବାସ୍ତବିକତା

ବାସ୍ତବିକତା

1 min
270

ଗ୍ରୀଷ୍ମପ୍ରବାହକୁ ବୋଳି ଯାଏ

ସ୍ପର୍ଶ କରେନା ତାପ

ଉଦର ଭିତରେ ଏତେ ଜ୍ଜଳନ

ମୌସୁମୀ ପଥ ବଦଳାଏ

ଛିଣ୍ଡା ଫଟା ଖଣ୍ଡେ କନା 

ମୁଣ୍ଡ ଫଟା ଖରା ବେଳେ ମୁନସିପାଲର୍ଟି ଜଳ

ଆଖି ଆଗରୁ ଲୁଚି ଯାଏ ଥଣ୍ଡା ଗରମ

ଇଚ୍ଛା ଅନିଚ୍ଛା କଥା ।

କି ସ୍ୱପ୍ନ କି ବାସ୍ତବ

ସବୁ କିଛି ସମୟ ବୁଝେଇ ଦିଏ,

ରାସ୍ତା କଡ଼ରେ ଟୁକୁରା ପଥରରେ ଚୁଲି

ପୁଷ ମାସରେ ଉଷୁମ ପାଣି ପାଇଁ

ବାଲି ମାଟି ବୋଳା ହାତରେ ସାଉଁଟି ଆଣେ

ଆଶାର ପ୍ରଦୀପକୁ ,

ଖଣ୍ଡିଆ ଡେକେଚିରେ ସ୍ୱପ୍ନ ଫୁଟୁ ଥାଏ ।

ସେ ଉଷ୍ଣପ୍ରସ୍ରବଣ କେହି ଦେଖି ନାହାଁନ୍ତି ।

ମୁଁ ଏକା ଦେଖିଛି

ଦେଖିଛି ମୋର ଏଇ କବି ପ୍ରାଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy