ବାସ୍ତବିକତା
ବାସ୍ତବିକତା
ଗ୍ରୀଷ୍ମପ୍ରବାହକୁ ବୋଳି ଯାଏ
ସ୍ପର୍ଶ କରେନା ତାପ
ଉଦର ଭିତରେ ଏତେ ଜ୍ଜଳନ
ମୌସୁମୀ ପଥ ବଦଳାଏ
ଛିଣ୍ଡା ଫଟା ଖଣ୍ଡେ କନା
ମୁଣ୍ଡ ଫଟା ଖରା ବେଳେ ମୁନସିପାଲର୍ଟି ଜଳ
ଆଖି ଆଗରୁ ଲୁଚି ଯାଏ ଥଣ୍ଡା ଗରମ
ଇଚ୍ଛା ଅନିଚ୍ଛା କଥା ।
କି ସ୍ୱପ୍ନ କି ବାସ୍ତବ
ସବୁ କିଛି ସମୟ ବୁଝେଇ ଦିଏ,
ରାସ୍ତା କଡ଼ରେ ଟୁକୁରା ପଥରରେ ଚୁଲି
ପୁଷ ମାସରେ ଉଷୁମ ପାଣି ପାଇଁ
ବାଲି ମାଟି ବୋଳା ହାତରେ ସାଉଁଟି ଆଣେ
ଆଶାର ପ୍ରଦୀପକୁ ,
ଖଣ୍ଡିଆ ଡେକେଚିରେ ସ୍ୱପ୍ନ ଫୁଟୁ ଥାଏ ।
ସେ ଉଷ୍ଣପ୍ରସ୍ରବଣ କେହି ଦେଖି ନାହାଁନ୍ତି ।
ମୁଁ ଏକା ଦେଖିଛି
ଦେଖିଛି ମୋର ଏଇ କବି ପ୍ରାଣ ।