STORYMIRROR

Umashankar Satpathy

Romance

3  

Umashankar Satpathy

Romance

ବାସ୍ନାର ବିଳାପ

ବାସ୍ନାର ବିଳାପ

1 min
262


ଚିକ୍କଣ ପୃଷ୍ଠା ସ୍ୱାଭିମାନର

ଓଲଟେଇବାକୁ ପଡେ

ଅହଙ୍କାରର ପ୍ରଚ୍ଛଦ 

ସର୍ବଦା ବାସ୍ତବତାକୁ 

ସୂଚାଏ ଯେତେ 

ମନା କଲେ ବି...

କଲମ ତ ଲେଖିଚାଲେ

ଅନାୟାସେ କାଟିଥିବା, 

ଭିଜିଥିବା 

ପ୍ରତ୍ୟେକ ମୁହୂର୍ତ୍ତ ବର୍ଷାରେ 

ପୁଣି କେବେ କେବେ କାକରରେ

ଆଲିଙ୍ଗନର ସ୍ପର୍ଶକୁ ଉତ୍ତାପକୁ ବି

ଏକାନ୍ତର ପ୍ରତ୍ୟେକ ମୁହୂର୍ତ୍ତକୁ

ହେଉ ଦ୍ୱିପ୍ରହର 

ଅବା ନିଶାର୍ଦ୍ଧରେ ପୁଣି

ଷ୍ଟେସନ ରାସ୍ତାରେ...

ତୁ ଅଭିସାରିକା !!

ନିରୁର୍ଦ୍ଦିଷ୍ଟ ସେଦିନୁ 

ଶୟନ କକ୍ଷରୁ

ସ୍ମୃତି ଆଜି ନିରିମାଖି  

ସୋନାକ୍ଷୀ....

ହଜିଛି ଏ ମହାଚିନ୍ତନରେ 

କାହାଣୀ ଲେଖିବି କି କବିତା

ଅତୃପ୍ତ ବାସ୍ନାର କାହାଣୀ 

ସାଜନ୍ତି ଅସଂଖ୍ୟ କୁହେଳି  

ସ୍ଵପ୍ନକୁ ପ୍ରକ୍ଷାଳି

ଭୁଲିଯାଇ ସବୁ ମୋକ୍ଷର ମାୟା 

ବାନ୍ଧିବାକୁ ଏକ ପ୍ରୀତିର ବନ୍ଧନ 

ଅଳତାକ୍ତ ପାଦେ ଆଙ୍କିବାକୁ 

ଏକ ଅର୍ବାଚୀନ 

ଅସ୍ମିତା ଆଙ୍ଗନ

ପାରିବୁକି ଆଉ ଏ ଜନ୍ମେ

ସେ ଯୋଗ୍ୟତା ଅର୍ଜନ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance