ବାସ୍ ସେତିକି ଥାଉ
ବାସ୍ ସେତିକି ଥାଉ
କୋମଳ କୁସୁମିତ
ଶୁଭ୍ର ଶାନ୍ତ କଅଁଳିଆ
ଶିଶୁଟିଏ ମୁଁ ମାତୃଗର୍ଭରେ
ଫରୁଆ ମଧ୍ୟରେ ରତ୍ନଟିଏ
ଶୀତଳ ଜୋଛନାର ପରଶଟି ପରି
ଦୁନିଆ ଦେଖିବାକୁ ମନରେ
ଅସରନ୍ତି ବାସ୍ନା ନେଇ ଉଠିଛି
ଜାଗି
ଆଶା ଅସୁମାରୀ ନେଇ
ଚାତକସମ ରହିଛି ଚାହିଁ
ଅପଲକ ନୟନେ ଦୁନିଆ
ଦେଖିବି
ସଭିଙ୍କ ଭଳି କୁନି କୁନି ପାଦ
ଦେଇ ଆଗକୁ ବଢିବି ଗଗନ
ଛୁଇଁବି
ମନର ନିଭୃତ କୋଣରେ
ସାଇତି ରଖିଛି ମଧୁମୟ ସ୍ଵପ୍ନ
ତାକୁ ସାକାର କରିବି
ଆଗକୁ ବଢିବି
ଚୁନା ଚୁନା ତାରାଫୁଲେ ଖେଳି
ବୁଲିବି ବିହଙ୍ଗ ସମ ଉଡି ବୁଲିବି
ବହୁତ୍ ହୋଇଲାଣି ମୋ ପ୍ରତି
ଅନ୍ୟାୟ ଆଉ ମୋତେ ମାରନା
ବାସ୍ ସେତିକି ଥାଉ
କରୁଛି ମିନତୀ ମୋତେ ଏ ଧରା ଛୁଇଁବାକୁ ସୁଯୋଗ ଦିଅ
ବାସ୍ ବାସ୍ ଆଉ ମୋତେ ମାରନା
