Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pareshchandra Das

Inspirational

3  

Pareshchandra Das

Inspirational

ବାର୍ତ୍ତା

ବାର୍ତ୍ତା

1 min
168


ଶକୁନିର ପଶା   ଧ୍ୱଂସ ପରି ଭାଷା

   କୌରବେ ଘାରିଲା ନିଶା ।

ଅଧର୍ମ ର ନିଶା ମୃତ୍ୟୁ ର ସେ ଦିଶା

   ପଡ଼ିବ ଧର୍ମ ର  ପଶା ।।


ଗର୍ବ ହେବ ଖର୍ବ  ଅହଙ୍କାରୀ ଜୀଵ

   ଅନ୍ୟାୟେ ପାଇବୁ ସଜା ।

ଅନ୍ଧ ଧୃତରାଷ୍ଟ୍ର   ପୁତ୍ର ମୋହେ ଅନ୍ଧ

   ଉଡାଉ ଅନ୍ୟାୟ ଧ୍ବଜା ।।


ଭଲ ମନ୍ଦ ଯେବେ   ନ ବୁଝଇ ରାଜା

   ଅକାଳେ ମରିବେ ପ୍ରଜା ।

ଅରାଜକତାର     ଛତ୍ର ଛାୟା ତଳେ

   ଅପରାଧୀ ନେବେ ମଜା ।।


ବାହୁ ବଳ ତୋର    ଦି ଦିନ କୁଣିଆ

    ମଦ ମତ୍ତ ତୋର ସତ୍ତା ।

ବଢ଼େଇ ତୋହର  ମୃତ୍ୟୁ ର କାରଣ

    ଏହିତ ପୁରାଣ ବାର୍ତ୍ତା ।।

    


Rate this content
Log in

Similar oriya poem from Inspirational