STORYMIRROR

Jagannath Jena

Tragedy

3  

Jagannath Jena

Tragedy

ବାରାଙ୍ଗନା ର କୋହ

ବାରାଙ୍ଗନା ର କୋହ

1 min
314

କାହିଁକି ସାଜିଲି ବାରାଙ୍ଗନା ମୁଁ ଯେ

   ପଚାରିଛ କେବେ କିଏ

କେତେ ଅସହାୟ ଜୀବନ ମୋହର

   ତଥାପି ବଂଚିତେ ହୁଏ


କେକହେ କୂଳଟା କେକହେ ବିଟପି

  କେକହେ ଚରିତ୍ର ହୀନା

ସବୁ ସହି ପୁଣି ବଞ୍ଚିବାକୁ ହୁଏ

   ଉତ୍ତର ଖୋଜି ପାଏନା


ଯାହା ହାତ ଧରି ସଂସାର କରିଲି

  ସେତ ଛାଡି ଚାଲିଗଲା

କାମୁକ ସମାଜ ସବୁଠି ଲାଳସା

  ମୋର କିବା ଭୁଲ ଥିଲା


ବଞ୍ଚି ବଞ୍ଚାଇବା ପାଇଁ ମୋ ପିଲାକୁ

  କରିଲି ମୁଁ ଯେତେ ଚେଷ୍ଟା

ସବୁଠି ଲାଂଛନା ସବୁଠି ଦୋଛନା

  ଚେଷ୍ଟା ହେଲା ଅପଚେଷ୍ଟା


ଯେଉଁଠିକି ଗଲି ନେହୁରା ମୁଁ ହେଲି

  କେହି କଲେନି ସାହାର୍ଯ୍ୟ

ଦେହଲୋଭୀ ମାନେ କପଟ କରିଣ

  ଭାଙ୍ଗିଦେଲେ ମୋର ଧର୍ଯ୍ୟ


ନିଜଲୋକ ଭାବୁଥିଲି ମୁଁ ଯାହାଙ୍କୁ

   ନ ଥିଲେ କେହି ନିଜର

ଏମିତି ଚକ୍ରାନ୍ତ ରଚିଲେ ସେମାନେ

   ଘର ହୋଇଗଲା ପର


ସବୁଠାରେ ହେଲା ମୋର ପରାଜୟ

   ଛାଡ଼ିଲି ସକଳ ମୋହ

ମୋ ପିଲା ଛୁଆଙ୍କୁ ମଣିଷ କରିବି

   ଶେଷେ ବିକିଲି ମୁଁ ଦେହ


କେକରେ ଆଦର କେଭାବେ ନିଜର

   କିଛିକ୍ଷଣ ପାଇଁ ମତେ

ନିଜର ଇଚ୍ଛାକୁ ପୂର୍ଣ୍ଣ କରିସାରି

  ଚାଲିଯାନ୍ତି ଯେଝା ବାଟେ


ଘୃଣା ଚକ୍ଷୁ ରେ ଦେଖନ୍ତି ସଭିଏଁ

  ଅମଙ୍ଗୁଳି ବୋଲି କହି

ଆଖିର ଲୁହ କୁ ଅଭିନୟ ଭାବି

  ଦିଅନ୍ତି ତ ଘଉଡ଼ାଇ


ବୟସ ବଢ଼ିଲା ଯୌବନ ହଟିଲା

  ନାହିଁ ମୋ ରୂପ ସମ୍ଭାର

ଯାହା ଖୁସି ପାଇଁ ହେଲି ବାରଙ୍ଗନା

  ସିଏ ବି କରିଲା ପର


ଦୁଃଖ ନାହିଁ ମୋର ଅନୁଶୋଚନା ବି

   କାହିଁକି କରିବି କୁହ

ପାଖରୁ ମତେ ସେ ଦୁରେଇ ଦେଲେବି

  ଭଲରେ ରହୁ ମୋ ପୁଅ


ସମାଜ ଆଖିରେ କଳଙ୍କିନି ଟିଏ

  ଲାଜେ ମୁଁ ଲୁଚାଏ ମୁହଁ

କାହିଁକି ସାଜିଲି ବାରାଙ୍ଗନା ମୁଁ ଯେ

  ପଚାରିଛ କେବେ କୁହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy