STORYMIRROR

Jagannath Jena

Others

3  

Jagannath Jena

Others

ଏତିକି କାମନା ମୋର

ଏତିକି କାମନା ମୋର

1 min
167

ହଜାରେ ଆଶାର କିରଣଟିଏ ସେ

ସମ୍ପର୍କର ମୁକସାକ୍ଷୀ

ଭାଇ ଭଉଣୀର ଅତୁଟ ବନ୍ଧନ

ନାମ ତା ପବିତ୍ର ରାକ୍ଷୀ !!


ମାଆ ପରେ ଯଦି ଦୁନିଆଁ ଭିତରେ

କିଏ ଥାଏ ମୋ ନିଜର

ମାଆ ପରି ପରା ସ୍ନେହ ଦେଇଥାଏ

ଭଗିନୀ ସିଏ ମୋହର !!


କେତେ ଦୂରେ ମୋର ରହିଲା ଭଉଣୀ

ମନମୋର ତାକୁ ଝୁରେ

ହୃଦୟ ଭିତରେ ସାଇତା ତ ସ୍ନେହ

ଅନୁଭବେ ମିଳଇରେ !!


ମୋର ଖୁସି ପାଇଁ ସଦା ସେ ତତ୍ପର

କେତେ ଦେବତାଙ୍କୁ ପୂଜେ

ଆଜିର ଦିନରେ ପ୍ରଭୁଙ୍କୁ ପାଖରେ

ଭଉଣୀର ଖୁସି ଖୋଜେ !!


ହସ ଖୁସିରେ ତା ପୁରି ଉଠୁଥାଉ

ସୁନା ସଂସାର ତାହାର

ଦୁଃଖ କେବେ ତାର ପାଖକୁ ନ ଆସୁ

ନଲାଗୁ କାହା ନଜର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍