STORYMIRROR

Susanta kumar Das

Inspirational

3  

Susanta kumar Das

Inspirational

ବାପା

ବାପା

1 min
14.6K


ବାପା ତ ବାପା ଆମରି ବାପା

ସରଗ ଠୁ ସେ ବଡ଼

ଆମରି ପାଇଁ ଖରା ବରଷା

ଖାଆନ୍ତି କେତେ ଝଡ଼ ।।

ସକାଳ ସଞ୍ଜେ ଶ୍ରମିକ ସାଜନ୍ତି

ଆମରି ସୁଖ ପାଇଁ

ଅଳି,ଅଝଟ ବୁଝନ୍ତି କେତେ

ପାଖରେ ଜଗି ରହି ।।

ବାପା ଆମକୁ କହନ୍ତି ନିତି

ମହାପୁରୁଷଙ୍କ କଥା

ଭଲ ମଣିଷ କରିବା ପାଇଁ

କରନ୍ତି କେତେ ଚିନ୍ତା ।।

ବୁଝାନ୍ତି ବାପା ପାଠ ପଢ଼ିଲେ

ଭଲ ମଣିଷ ହେବ

ଭଲ କାମ ତ କରିଲେ ନିତି

ସବୁରି ମନ କିଣିନବ ।।

ଧନ ଦୌଲତ ନେଇ ଯିବେ

ନେବେନି କେହି ପାଠ

ସକାଳ ସଞ୍ଜେ ପାଠ ପଢ଼ିଲେ

ହୋଇବ ଭଲ ଚାଟ ।।

ବାପାଙ୍କ କଥା ମାନି ଚଳିଲେ

ଆସିବ ନାହିଁ ଝଡ଼

ହୋଇବ ଦିନେ ଜଗତ ଜିତା

ହୋଇବ ଜଗତେ ବଡ଼ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational