💐ବାପା💐
💐ବାପା💐
ମୋର ମାଂସ ହାଡ଼ ରକତ ଜୀବନ
ସବୁ ପରା ତୁମ ଦାନ,
ତୁମେ ଜନ୍ମଦାତା, ମୋ ଭାଗ୍ୟବିଧାତା-
ଧନ,ମାନ,ସନମାନ।।୧।।
ତୁମେ ହିଁ ପ୍ରେରଣା, ତୁମେ ଦିଗଦର୍ଶକ-
ତୁମେ ମୋ ଆଦ୍ୟ ସୋପାନ,
ମୋ ହାତଲେଖା ପହିଲି ଅକ୍ଷର
ତୁମେ ହିଁ କଲମମୁନ।।୨।।
ତୁମ କୄପା ବିନା ମୋ ଅସ୍ତିତ୍ଵ ନାହିଁ
ମୁଁ ତୁମ ଆଗରେ ଶୂନ,
ତୁମ ପଦଗତି ଯେତେ ଯଶଖ୍ୟାତି
ତୁମରି ଠାରେ ହିଁ ଲୀନ।।୩।।
ତୁମେ ମୋର ଧର୍ମ, ତୁମେ ମୋର ସ୍ୱର୍ଗ-
ତୁମେ ହିଁ ପରମତପ,
ତୁମେ ମୋର ଧ୍ୟାନ, ଯୋଗ, ଭଗବାନ-
ତୁମେ ପିତା, ମୋକ୍ଷ, ଜପ।।୪।।
ତୁମେ ମୋ ଦୀପାଳି, ତୁମେ ଦିବ୍ୟାଲୋକ
ତୁମେ ମୋ ଆଦ୍ୟ ତର୍ପଣ,
ଯାହା କିଛି ଆଜି ପାଇଛି, ପାଉଛି-
ତୁମ ପାଦେ ସମର୍ପଣ।।୫।।
