STORYMIRROR

Madhabi Patel

Tragedy

3  

Madhabi Patel

Tragedy

ବାପା

ବାପା

1 min
13.5K


ବାପା।
ସ୍ମୃତିର କବର ତଳୁ
ଉଠେ ଥରେ ଥରେ ଝଡ।
ପୁରୁଣା ସେ ପିଲାଦିନ
ତୁମେ ଭାରି ମନେ ପଡ।
ହାତଟିଏ ହାତଧରି
ଚଲାଉ ଥିଲା ଠୁକୁଠୁକୁ।
ବାପା ଡାକ ମୁଁଁ ଛାଡିଲେ
ହସୁଥିଲା ଯାର ବୁକୁ।
ଅଳପ କଥାରେ ଯିଏ
ଅନେକ କଥା ବୁଝୁଥିଲା।
ଯନ୍ତ୍ରଣା କେଉଁଠି ହେଲେ
ତାକୁ କଷ୍ଟ ହେଉଥିଲା।
ପଥରଠୁ ଟାଣ ଛାତି
ଦମ୍ଭର ପାହାଡ ଟିଏ।
ସନ୍ତାନର ନିରାପତ୍ତା
ଆଶ୍ରାର ଛାଉଣୀ ଟିଏ।
ହାରିଯାଏ ଯେତେବେଳେ
ଆସେ ଯେବେ ଧୂଳି ଝଡ।
ଖସିଲେ ଆଖିରୁ ଅଶ୍ରୁ
ବାପା ଭାରି ମନେ ପଡ।
ମାଧବୀ ପଟେଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy