ବାପା
ବାପା
ଦୁରପାହାଡ଼ର ଏକ ମଜଭୂତ ଶିଳା
ଆବରଣ ଉପରକୁ ଭିତରେ ସ୍ନେହ ଶିକୁଳା
ଚାରିପଟେ ବାଡ଼ କରିବା ନକରିବା ଜ୍ଞାନ
ପିଲାବେଳ ବାପାଙ୍କ କୋଳ ଆଶ୍ବସ୍ତି ବିଜ୍ଞାନ
ବାପା ଶିଳପରି କଠିନ ସତ
ଶାଳଗ୍ରାମ ପରି ଏତେ ମହାନ ଶୁଶ୍ରୁତ
ବୁଝିବାକୁ ଲୋଡ଼ା ନାହିଁ ସପ୍ତପଦି ଅଭିଧାନ
କର୍ତ୍ତବ୍ୟ ଦ୍ୱାହିରେ ବହିଯାଉଥିବା ଗମଗମ ଝାଳ
ଯେବେ ପଡେ ସନ୍ତାନର ମସ୍ତକେ
ଗଛରେ ସବୁଜ ପତ୍ର ଚେର ମୂଳ ଡ଼ାଳ
ବାପା କିନ୍ତୁ ସମୟ ସହିତ ହେଉଥାଆନ୍ତି ଖୋଳ
ଆଦର୍ଶ ଭିତରେ ଗୁରୁଗମ୍ଭୀର ସ୍ୱର ସିଏ
ପଥ ଓ ପାଥେୟର ମୂର୍ତ୍ତିମନ୍ତ ଛାଇ ଯିଏ
ବଞ୍ଚିଥିବା ଯାଏଁ ନଚିହ୍ନିଲେ କିଏ
ଚାଲିଗଲା ପରେ ତାଙ୍କ ଚଷମା ସୂଚେଇ ଦିଏ
ସିଏ ଏକ ଏମିତି ଉଦାସୀ ଜହ୍ନ
ଅମାବାସ୍ୟା ନାହିଁ ନିରଳସ ମନ
ବାପା ଡାକ ସ୍ବର୍ଗୀୟ ସୁଖ
ପିତା ସ୍ୱର୍ଗଠାରୁ ବଡ଼ ଶିକ୍ଷା ସୌଧ ଯକ୍ଷ
ବାପାଙ୍କ କାନ୍ଧ ସବୁବେଳେ ସିଧା
ବାପା ଗଛ ଛାଇ ପାଇ ବଢୁଥିଲେ ସୁଦ୍ଧା
ପାନଖିଆ ଓଠରେ ଅମୃତର ବାଣୀ
ବୁଝିହୁଏ କେତେ କୌଶଳର ଠାଣି
ତୁ ମୁଁ ସେ ବୁଝିଲା ବେଳକୁ ବହୁଛି ଉଜାଣି ।