STORYMIRROR

Srinibas Mahalik

Tragedy

2  

Srinibas Mahalik

Tragedy

ବାଲ୍ୟ ବିବାହ

ବାଲ୍ୟ ବିବାହ

1 min
13.7K


 ଆମ ସମାଜରେ ଝିଅଙ୍କୁ ଭାବନ୍ତି

  ଫ୍ୟାମିଲିର ଗୋଟେ ବୋଝ

 ତେଣୁ ବାଲ୍ୟକାଳୁ ବିବାହ ଦିଅନ୍ତି

  ନ ଭାବିକି ଆଗପଛ ।।

 ବାପାମା' ଭାବନ୍ତି ବିବାହ ଦେଇକି

  ଦେଲେ ସେ କର୍ତ୍ତବ୍ୟ ସାରି

 ଜାଣି ପାରନ୍ତିନି ବାଲ୍ୟବିବାହଟା

  କେତେ ଯେ ଅନିଷ୍ଟକାରୀ ।।

 ଖୋଲା ଆକାଶରେ ବୁଲିବା ଶିଶୁକୁ

  ଦିଅନ୍ତି ଶିଙ୍କୁଳି ବାନ୍ଧି

 ସମ୍ପର୍କର ଅର୍ଥ ଜାଣିବା ପୂର୍ବରୁ

  ଦିଅନ୍ତି ବନ୍ଧନେ ଛନ୍ଦି ।।

 ବାଲ୍ୟ ବିବାହଟା ଆମ ଦେଶ ପାଇଁ

  ଗୋଟିଏ ଅସାଧ୍ୟ ରୋଗ

 ତେଣୁ ଶିକ୍ଷା ଏବଂ ସଚେତନତାର

  ରହିଅଛି ଆବଶ୍ୟକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy