STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ବାକି ରହିଯାଏ କିଛି

ବାକି ରହିଯାଏ କିଛି

1 min
141


ମନୁଷ୍ୟ ଜୀବନ ଭାଗ୍ୟ ରୁ ମିଳେ

   କର୍ମ ନିମନ୍ତେ ଭାଇ,

ରହିଯାଏ କିଛି ବାକି ଜୀବନେ

   କରେ ଚିନ୍ତିତ ଭାଇ।


ଜୀବନ ଯାତ୍ରା ଅତି ଭୟଙ୍କର

  ବଞ୍ଚିବାକୁ ହିଁ ପଡେ,

ପୂରଣ ନିମନ୍ତେ ମନ ପ୍ରାଣକୁ

   ଢାଳିବାକୁ ହିଁ ପଡେ।


ତଥାପି ବାକି ରହିଯାଏ କିଛି

  ଯନ୍ତ୍ରଣା ଟି ଅପାର,

ଦିବାରାତ୍ରୀ କରେ ବାକିର ଚିନ୍ତା

  ସ୍ମୃତି ମନରେ ମୋର।


ଦୁର୍ବଳ ଶରୀର ଚିନ୍ତାତ କରେ

  ବୁଦ୍ଧି ନ ଦିଶେ କିଛି,

ପ୍ରଭୁ ନାମ ଗାଇ କାଳ ବ୍ୟତୀତ

  ଭୁଲୁ ଥାଏ ହିଁ କିଛି।


ସ୍ମୃତି ରହିଯାଏ ବାକି କାର୍ଯ୍ୟର

  ଭାବୁ ଥାଏ ଟି ମନେ,

କାହିଁକି ନ କଲି ସେହୁ କାର୍ଯ୍ୟକୁ

  କଷ୍ଟ ହୁଏ ଜୀବନେ।


ଭାବି ଥିଲି ଟି ଗୃହ କାର୍ଯ୍ୟ ସାରି

  ପ୍ରଭୁପଦେ ବ୍ୟତୀତ,

ବାକି ରହିଛି ଏବେ ଯାଏଁ କାର୍ଯ୍ୟ

  ମନ ଅତି ଚିନ୍ତିତ।


ଜଗନ୍ନାଥ ପଦେ ମନ ଦେଇଛି

  ପୁରା କରିବେ ସେହୁ,

ତାଙ୍କବିନୁ ହିଁ ଆଶାନାହିଁ କାରେ

  ବ୍ରହ୍ମାଣ୍ଡ କର୍ତ୍ତା ସେହୁ।


ଚକାନୟନେ ଦେଖିବେ ନିଶ୍ଚୟ

  ଭରଷା ଅଛି ମୋର,    

ବାକି କାର୍ଯ୍ୟ ପ୍ରଭୁ କରିବେ ପୂର୍ଣ୍ଣ                

  ଭକ୍ତି ହିଁ ନିରନ୍ତର।


ମୃତ୍ୟୁ ର ଅନ୍ତିମ ପାହାଚେ ପରା

  ବୟସ ଟି ଏବେ ମୋର,

କେବେ ଚାଲି ଯିବି ଭବ ସଂସାରୁ

  ଆଶା ହିଁ ନାହିଁ ମୋର।


ଦିଅ ଆଶିର୍ବାଦ ଜଗା ଠାକୁର

  ମନ ହୁଏ ଆତୁର,

ଅନ୍ତିମ ଆଶା ପୂର୍ଣ୍ଣ କର ନାଥ

  ଏତିକି ଇଚ୍ଛା ମୋର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy