STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

ବାହୁଡା

ବାହୁଡା

1 min
272

  ସଜ ହୋଇଲେଣି ବାହୁଡା ରଥ

  ସଜ ହୋଇଲେଣି କଳା ସାଆନ୍ତ

 ପ୍ରାବୃତ୍ତ ରାହାସ ଅଧା ରଖିଦେଇ

  ଶରଧା ବାଲିର ଶରଧା ତୁଟେଇ

  ରଥ ପରେ ରଥ ଆଗ ପଛ ହୋଇ

  ଶ୍ରୀମନ୍ଦିର ଯିବେ ଜଗତ ନାଥ

  ସଜ ହୋଇଲାଣି ବାହୁଡା ରଥ.....


  ଆଡପ ମଣ୍ଡପ ଜନମ ବେଦୀ

  ପାରିଲେନି ଆଉ ପ୍ରଭୁଙ୍କୁ ବାନ୍ଧି

  ହେରାପଞ୍ଚମୀରେ ମାଆ ଆସିଥିଲେ

  ଅଭିମାନ କରି ଫେରି ଯାଇଥିଲେ

  ଡେରି କରିବେନି ସହଳ ଫେରିବେ

  ପ୍ରଭୁ ଦେଇଛନ୍ତି ମାଆଙ୍କୁ କଣ୍ଟ

  ସଜ ହୋଇଲାଣି ବାହୁଡା ରଥ....


  ମାଉସୀ ମାଆଙ୍କ ସେ ପୋଡପିଠା

  ଭାରି ସୁଆଦିଆ ଆହା କି ମିଠା

  ମାଉସୀ ମାଆଙ୍କ ବାଟରେ ମନ୍ଦିର

  ଅଟକିବେ ସେଠି କାଳିଆ ଠାକୁର

  ପୋଡପିଠା ଖାଇ ଖୁସି ମନ ହୋଇ

  ଆଗକୁ ବାହିବେ ତାଙ୍କରି ରଥ

  ସଜ ହୋଇଲାଣି ବାହୁଡା ରଥ...


  ଆଗରେ ଆସିବ ରାଜା ଉଆସ

  ରହିବ ଘଡିଏ ଶ୍ରୀ ନନ୍ଦିଘୋଷ

  ମାଆ ଆସିଥିବେ ବିମାନରେ ବସି

  ପ୍ରଭୁଙ୍କୁ ଦେଖିସେ ହୋଇବେତ ଖୁସି

  ଗଜପତିଙ୍କର ନଅର ଆଗରେ

  ଲକ୍ଷ୍ମୀ ନାରାୟଣ ହୋଇବେ ଭେଟ

  ସଜ ହୋଇଲାଣି ବାହୁଡା ରଥ...


  ସି°ହ ଦୁଆରରେ ରଥ ତିନୋଟି

  ଠାକୁର ରହିବେ ଚାରିଦିନଟି

  ବାହୁଡା ବାସିତ ହେବ ସୁନାବେଶ

  ପୂର୍ଣ୍ଣବ୍ରହ୍ମ ଯହିଁ ହେବେ ପରକାଶ

  ଅଧର ପଣାତ ହେବା ପରଦିନ

  ନୀଳାଦ୍ରି ବିଜୟ କରିବେ ନାଥ

  ସଜ ହୋଇଲାଣି ବାହୁଡା ରଥ.....

  



Rate this content
Log in

Similar oriya poem from Classics