Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାବା ଆଖଣ୍ଡଳମଣି

ବାବା ଆଖଣ୍ଡଳମଣି

1 min
404


ନମସ୍ତେ ନମସ୍ତେ ବାବା ଆଖଣ୍ଡଳମଣି

ନମସ୍ତେନମସ୍ତେ ମହାଦେବ ଶୂଳପାଣି l


ତେଜି କଇଳାଶଧାମ ପୁଣ୍ୟ ଉତ୍କଳରେ

ତଳଦିଗେ ବାସକଲ ଆରଡ଼ି ଗ୍ରାମରେ l


କଳିଯୁଗେ ପ୍ରଭୁ ପରା ପ୍ରତ୍ୟେକ୍ଷଠାକୁର

ଭକତ ଡାକିଲେ ଆର୍ତ୍ତେ ଦିଅନ୍ତି ଉତ୍ତର l


ସମରସିଂହଙ୍କ କୀର୍ତ୍ତି ବୈତରଣୀ କୁଳେ

ବିଜେ କରିଅଛ ପ୍ରଭୁ ଉତ୍ତୁଙ୍ଗ ଦେଉଳେ l


ଆଶୁତୋଷ ଶ୍ରୀମହେଶ ଶିବ ମହେଶ୍ୱର

ତୁମେ ସତ୍ୟ ଶିବ ପ୍ରଭୁ ତୁମେହିଁ ସୁନ୍ଦର l


ଅମୃତ ପରାୟେ ତବ ଦିବ୍ୟ ଘରଷଣ

ଟାକି ରହିଥାନ୍ତି ଯାକୁ ବ୍ରହ୍ମା ନାରାୟଣ l


ତୁମ୍ଭ ଧାମ ଆରଡ଼ିରେ ନଥାଏ ଗାରେଡ଼ି

ନାମ ସ୍ମରଣ ମାତ୍ରକେ ଦୁଃଖ ଯାଏ ଉଡ଼ି l


ଧଣ୍ଡା ତବ ସର୍ବୌଷଧି ରୋଗ ବ୍ୟାଧି ହର

ତୁମ୍ଭ ନାମାବଳି ପ୍ରଭୋ ଭକ୍ତହୃଦେ ହାର l


ପଞ୍ଚାକ୍ଷର ମନ୍ତ୍ରେ ପୂଜ୍ୟ ଆହେ ପଞ୍ଚାନନ

ହଳାହଳ ପାନେ ରକ୍ଷା କଲ ତ୍ରି ଭୁବନ l


ବୃଷଭ ବାହନେ ପ୍ରଭୁ ହେ ପାର୍ବତୀବର

ହର ହର ମହା ଦେବ ସର୍ବ ଦୁଃଖ ହର l


ପଙ୍ଗୁ ଲଂଘି ଗିରି ନାମେ ଅନ୍ଧକୁ ନୟନ

ଅପୁତ୍ରୀ ଲଭଇ ନାମେ, କୁଳର ନନ୍ଦନ l


ନମ ନମ ଚନ୍ଦ୍ରମୌଳି ନମଃ ଗଙ୍ଗାଧର

ସୋମନାଥ ନମ ଶିରାବଣ ସୋମବାର ।


Rate this content
Log in

Similar oriya poem from Inspirational