STORYMIRROR

Gyanendriya Dash

Inspirational Others

4  

Gyanendriya Dash

Inspirational Others

ଅଟଳ ମଉଡ଼ ମଣି

ଅଟଳ ମଉଡ଼ ମଣି

1 min
277


ଗୋଆଲିଅରର ମଣି ମହାଶୟ

ଅଟଳ ମଉଡ଼ ମଣି,

ଭାରତର ରତ୍ନ ପଦ୍ମ ବିଭୂଷଣ

ଦେଶ ସେବକ ଅଗ୍ରଣୀ ।।

ସ୍ୱାଧୀନ ଭାରତ ସମ୍ରାଟ ତୁମେ

ଲେଖିଗଲ ଇତିହାସ,

ପ୍ରଧାନମନ୍ତ୍ରୀର ଆସନରେ ତୁମେ

ଦେଶ ହିତେ ଦେଲ ଝାସ ।।

ଅଖଣ୍ଡ ଭାରତ ସ୍ୱପ୍ନ ଦେଖି ତୁମେ

ଆଗେଇ ନେଲ ଏ ଦେଶ,

କାର୍ଗିଲ ବିଜୟ ପରମାଣୁ ଶିକ୍ଷା

ଚକିତ ହୋଇଲା ବିଶ୍ୱ ।।

ସୁଶାସନେ ତୁମ ପ୍ରୀତ ଭାରତୀୟ

ଶ୍ରେଷ୍ଠ ନେତା ଟିଏ ପାଇ,

ଚାଲିଗଲ ତୁମେ ଅସମୟ ବେଳେ

କାମ କିନ୍ତୁ ସରିନାହିଁ ।।

ତୁମ ଜନ୍ମଦିନେ ପାଳନ କରୁଛୁ

ସୁଶାସନ ଦିବସରେ,

ଅଧୁରା କାମକୁ ସମାପନ ପାଇଁ

ଜନ୍ମ ନିଅ ଆଉଥରେ ।।

ଶ୍ରେଷ୍ଠ କବିବର ଲେଖନୀ ମୁନରେ

ରଚିଲ ଶ୍ରେଷ୍ଠ କବିତା,

ସବୁ କବିତାରେ ପାଇଥିଲୁ ଆମେ

ଦେଶପ୍ରେମର ବାରତା ।।

ଲୋକପ୍ରିୟ ତୁମ କବିତା ପୁସ୍ତକ

ଏକାବନଟି କବିତା,

ଲୋକପ୍ରିୟ ତୁମେ ପ୍ରଧାନ ମନ୍ତ୍ରୀ ଯେ

ଲୋକପ୍ରିୟ ଶ୍ରେଷ୍ଠ ବକ୍ତା ।।

ମନେ ପଡ଼ ଦେଶ ପରମ ସେବକ

ଆଜି ଏ ଜନ୍ମଦିନରେ,

ମନେ ପଡୁଥିବ ଚିରଦିନ ତୁମେ

ଆମର ସ୍ମୃତି ପଟରେ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational