STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

ଅସଲ ସୌନ୍ଦର୍ଯ୍ୟ

ଅସଲ ସୌନ୍ଦର୍ଯ୍ୟ

1 min
164


ଏ ଦୃଶ୍ୟମାନ ସସୁନ୍ଦର ଜଗତେ 

ଆଖି ଦେଖେ ସବୁ ପ୍ରକୃତିର ବୈଚିତ୍ର 

ରୂପ ରଙ୍ଗ ଚହଟ ଚିକ୍କଣେ ହୋଇ ବିମୁଗ୍ଧ 

ଆକର୍ଷଣେ ତାର ଇନ୍ଦ୍ରିୟକୁ କରେ ବଶ, 

ଚଞ୍ଚଳ ମନର ଆବେଗତାରେ ଭାବି ବସେ 

ଏ ଅନନ୍ୟ ଅତୁଳନୀୟ ସର୍ବସ୍ୱ 

ତାକୁ ପାଇବାକୁ କରେ ପ୍ରାଣମୂର୍ଚ୍ଛା ଉଦ୍ୟମ 

ତା' ପ୍ରତି ଧ୍ୟାନ ରଖି ବିଶେଷ।

ବାହ୍ୟ ରୂପର ଅନୁପମ ସୌନ୍ଦର୍ଯ୍ୟ 

ଆଜି ଅଛି କାଲି ହୋଇଯିବ ମଳିନ ନିସ୍ତେଜ 

ଆକର୍ଷଣ ତାର ଧିରେ ଯାଏ କମି 

ମନକୁ ଦେଇପାରେନା ଶାନ୍ତି ସନ୍ତୋଷ, 

ଭାବନାରେ କେନ୍ଦ୍ରୀଭୂତ ଆଶା ଆକାଂକ୍ଷା 

ନୈରାଶ୍ୟତାରେ ଭରି ଆଣି ଦିଏ ବିଷାଦ 

ସେ ଅନୁତାପ କରି ବସେ ନିଜକୁ ଭାବି ହେୟ

ତା' ଭିତରୁ ହଜିଯାଏ ତାର ଆତ୍ମବିଶ୍ୱାସ। 

ଦିବାଲୋକରେ କାଚ କାଞ୍ଚନର 

ଜାଜ୍ଜ୍ୱଲ୍ୟତାରେ ଥିଲେ ବି ଅନେକ ସମାନତା 

ବାସ୍ତବତାରେ ଗୁଣ ସମ୍ପୂର୍ଣ୍ଣ ପୃଥକ, 

ଆଖିର ଚାହାଣୀରେ ସବୁ ହୁଏନା ଜାଣି 

ପରଖିବାକୁ ଲୋଡା ଏକ ଅନ୍ତଃର୍ଦୃଷ୍ଟି 

ସଠିକ ଭାବେ କରିନେଲେ ଚୟନ ତାକୁ 

ଜୀବନର ସାଧନା ସିଦ୍ଧି ହୁଏ ସାର୍ଥକ। 

ପାର୍ଥିବ ବସ୍ତୁ ଧନ ରତ୍ନ ବିଭବ ଆଭୂଷଣ 

ସବୁ ଜୀବନ ଧାରଣର ସାମୟିକ ଏକକ 

ବଞ୍ଚି ରହିବାକୁ ଦିଏ କିଛି ଉତ୍ସାହ ପ୍ରେରଣା, 

ନିଜ ପ୍ରତିଭାକୁ କରି ପରିବିକାଶ 

ଲଭିଥାଏ ବ୍ୟକ୍ତି ସାମାଜିକ ସ୍ତରେ ପ୍ରତିଷ୍ଠା 

ଯା' ଲାଗି ଭୋଗିବାକୁ ହୁଏ ଖାଲି ଯନ୍ତ୍ରଣା। 

ଅସଲ ସୌନ୍ଦର୍ଯ୍ୟ ଚିରନ୍ତନ ଶାଶ୍ଵତ 

ଅବିନାଶୀ ଅବ୍ୟୟ ଅକ୍ଷୟ ଚିର ଅମ୍ଳାନ, 

ସେ ସୌନ୍ଦର୍ଯ୍ୟର ଅନୁସନ୍ଧାନ କରି 

ଅନୁଭବ କଲେ ସହୃଦୟର ସାଥେ ଆତ୍ମାରେ 

ମନ ହୁଏ ସ୍ଥିର ପାଇ ପରିପକ୍ୱ ଜ୍ଞାନ। 

ଈଶ୍ୱରଙ୍କ ଆରାଧନା ଉପାସନା ବିନା 

ମିଳେ ନାହିଁ କିଛି ଅସଲ ସୌନ୍ଦର୍ଯ୍ୟର ତୃପ୍ତି, 

ସଫଳତା ବିଫଳତାରେ ମନକୁ ମନ୍ଥି ମନ୍ଥି 

ବୟସ କ୍ରମରେ ହୁଏ ଜୀବନର ସମାପ୍ତି।

ଅନନ୍ତ ସୌନ୍ଦର୍ଯ୍ୟର ଅସରନ୍ତି ଦୃଶ୍ୟରାଜି 

ଯା'ଙ୍କ ଭିତରେ ସର୍ବଦା ବିଦ୍ୟମାନ,

ସେ ହିଁ ଅସଲ ସୌନ୍ଦର୍ଯ୍ୟର ଏକମାତ୍ର ଉତ୍ସ 

କରିଥାନ୍ତି ସବୁ ଅସମାହିତ ପ୍ରଶ୍ନର ସମାଧାନ। 

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational