STORYMIRROR

Ram Prasad Bisoi

Tragedy Romance

2  

Ram Prasad Bisoi

Tragedy Romance

ଅଶ୍ରୁଲେଖା

ଅଶ୍ରୁଲେଖା

1 min
1.8K


ଦୁଇବୁନ୍ଦା ଲୁହ 

କାହାଣୀ ଲେଖିବାର 

ପ୍ରୟାସ କରେ-

ସବୁବେଳେ ଅଛି

ମୁଁ

କିନ୍ତୁ, 

ସେ ନ ଥାଏ ମୋ ସହ

କେବେ

ତୁମେ ବୁହାଇ ଚାଲ

ଅଶ୍ରୁ 

ଅକାରଣେ

ନିଜକୁ ନିଜେ କରି

ପ୍ରତାରିତ,

ବଦଳାଅ ପରିଚୟ 

ବାରମ୍ବାର

ମୁଁ କିନ୍ତୁ ବଦଳାଇ ନାହିଁ

ନାମ

ବିପଥଗାମୀ ନୁହେଁ ବି 

ମୋ ପ୍ରେମ,

ଚାଲି ଆସ 

ବାହୁ ବନ୍ଧନ ମୋର ଏ ଯାବତ ରଖିଛି ଖୋଲା

ତୁମ ଲାଗି,

ଶୁନ୍ୟରେ ମୋ ଡାକ ପ୍ରତିଧ୍ବନିତ ହୋଇ ଫେରି ଆସେ ତୁମେ ନ ଫେରିବା ପୂର୍ବରୁ 

କହି -

ତୁ ବି ଲେଖେ ଦୁଇ ବୁନ୍ଦା ଅଶ୍ରୁ ସହ ତୋ ପ୍ରେମିକାର ନାମେ

ଲିଭିଯାଉ ହଜିଯାଉ ରେଖାଙ୍କିତ ଯେତେ ପଦ ଚିହ୍ନ, 

ଲହଡି ସହ ବେଳାଭୂମିର;

ଯିଏ ମନେ ରଖିଛି 

ସାଇତି ହୃଦୟେ ସବୁ ଦିନେ 

ସିଏ ତାହାର ହୋଇ ବି ନ ହୋଇ ପାରେ,

ଅନ୍ୟ କାହାର

ନିଦ୍ରା, ସମ୍ଭୋଗ, ଜାଗ୍ରତରେ ତୋ 

ଦେହ ସିନା ଦଳି ଚକଟି ଯାଏ

ଆଉ କାହା ଶଯ୍ୟାରେ 

ମିଳନ ତ ଖୋଜେ 

ଆତ୍ମା ତୋର,

କରାଘାତ ନ କରି ଆଉଜା ଦରଜା ସମ୍ମୁଖେ 

ଛିଡା ହୋଇଛି ବୁକୁଫଟା କୋହ,

ଖୋଲିବି ନା ଫେରିଯିବି ଭାବି ମନେ

ଦଣ୍ଡାୟମାନ ସଂଶୟଗ୍ରସ୍ତ

ଇଚ୍ଛାକନ୍ୟା

ଅଶ୍ରୁଲେଖା...!

©®କାଶ୍ୟପ ରାୟଗଡା


Rate this content
Log in

Similar oriya poem from Tragedy