STORYMIRROR

Saroj Kumar Jena

Tragedy Inspirational

3  

Saroj Kumar Jena

Tragedy Inspirational

ଅଶ୍ରୁ ପାଟରାଣୀ

ଅଶ୍ରୁ ପାଟରାଣୀ

1 min
221


ଆଖି ଆଜି ପଲକ ପଡ଼ୁନି କାଳିଆ

ଅନବରତ ଅଶ୍ରୁ ଆସୁଛି ଝରି ,

ସତେ ଅବା ଏକ ଉଷ୍ମ ନିର୍ଝରଣୀ

କାହିଁକି କାଳିଆ ........କାହିଁକି ?

ମନରେ ଅସୁମାରୀ ସ୍ୱପ୍ନର ବିଳାସ

କିନ୍ତୁ ତୁ କଣ ଶୁଣୁଛୁ

ତୁ କାହୁଁ ଶୁଣିବୁ ଏ ଅଭାଗା ଅନ୍ତର ବେଦନା

ଶୟନେ ନିଦ୍ରା ମୋର ଏକ ଦେଖାଣିଆ

କିନ୍ତୁ ମନରେ ଅସରନ୍ତି କୋହ।

ହିମର ମନ ଗିରି ଆଜି ଖଣ୍ଡ ବିଖଣ୍ଡିତ

କେବେ ସେ ପ୍ରତାରଣା ଉତ୍ତାପ ଚାପରେ

ଆଉ କେବେ ସାମାଜିକ ଲାଞ୍ଛନା ଚୋଟରେ

କେବେ ପୁଣି ଦୁଃଖର ଉଦ୍ଗିରଣ ଲାଭା କୋହରେ

ଆଉ କେବେ ସର୍ବକୋହ ମିଶ୍ରିତ ଝଡ଼ର ଶକ୍ତ ମାଡ଼ରେ ,

ଆଜି ଏ ଆଖିର ଗହ୍ଵର ମଧ୍ୟରୁ ମନ ହିମଗିରି ପ୍ରଦେଶରୁ

ତରଳି ସେ ଅଶ୍ରୁ ଝର ଯାଉଅଛି ଝରି ।


କହରେ କାଳିଆ କହ .....

ନା ସେ ହେବ ନିର୍ଝରିଣୀ

ନା ହୋଇବ କେବେ ତୁନି ।

ସମୟର ଅନ୍ତରାଳରେ ସେ ହୋଇଛି

କେବେ ମନ ନିର୍ଝରଣୀ ......

କିନ୍ତୁ ବିବେକ କହେ ନାଇଁରେ

ସେ ବା ଅଶ୍ରୁ ପାଟରାଣୀ ......

ହଁ ହଁ ଅଶ୍ରୁ ପାଟରାଣୀ ....

ଅଶ୍ରୁ ପାଟରାଣୀ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy