ଅସହାୟ ପୁରୁଷ
ଅସହାୟ ପୁରୁଷ
ଗୋଟେ ପଟେ ମୋ ବାପା ମାଆ
ଆଉ ଗୋଟେ ପଟରେ ମୋ ପତ୍ନୀ, ଛୁଆ
ଦୁହିଁଙ୍କୁ ସମ୍ଭାଳିବା ସହ ଆଜିକା ଘରଭଡା
ପୁଣି ପରିବା ,ଫଳମୁଳ ଦର ଅଛି ଯାହା ॥
ବାପ୍ ରେ ଏତେ ଟଙ୍କା ଆସିବ କୁଆଡୁ ?
ଘରସଂସାର ଚଳେଈବି ମୁଁ କେମିତି ?
ମୋ ପ୍ରିୟାର ବଜାର କରିବା ସୌକ
ତାକୁ ସବୁ ତୁଲେଇବି ମୁଁ ଏକା କେମତି ?
ଆକାଶକୁ ଚାହିଁ ଅନେକ ପ୍ରଶ୍ନ କଲି
କିଛି ଉତ୍ତର ଏଯାବତ୍ ପାଈଲିନି
କିନ୍ତୁ ମୋ ମନ ଏକ ରାସ୍ତା ଖୋଲିଛି
ସେ କଥା କହିବା ଜମା ଭୂଲିବିନି ॥
ଏକା ସାଙ୍ଗେ ଦୁଇଟି ମଣିଷ ହେବାକୁ
ଦୁଇଟି ନାଆରେ ଗୋଡ ରଖିବାକୁ
ବାଧ୍ୟ ହେଉଛି ଆଡଜଷ୍ଟ ହେବାକୁ
ସବୁ କାମକୁ ନିଜର କରିବାକୁ ।
ଫୁଟ୍ ବଲ୍ ଶିକ୍ଷା ଦିଏ ଟଙ୍କାପାଈଁ
ପୁଣି ଅଫିସ୍ କାମ କରେ ଟଙ୍କା ପାଈଁ
ଏ ଟଙ୍କା ପାଇଁ ମଣିଷ ଆଜି ବାଈ
ଭଲ ମନ୍ଦ କଥା ହେବାକୁ ବେଳ ନାଇଁ ॥
