STORYMIRROR

Dr. Sagar Pradhan

Abstract

3  

Dr. Sagar Pradhan

Abstract

ଅଶାନ୍ତ ସାଗର

ଅଶାନ୍ତ ସାଗର

1 min
262

ହୃଦୟର ଆଇନା ସେ
ଦିବୁନ୍ଦା କାକର,
ଶାନ୍ତ ସମିରଣ କେବେ
ଅଶାନ୍ତ ସାଗର।

ମରୁ ମରୀଚିକା କେବେ
ନିରବିତ ଲଗନେ,
ଅନାହୁତ ପିୟୁଷ ସେ 
ସ୍ନିଗ୍ଧ ସାନିଧ୍ୟେ।

କହିଦିଏ ବହୁକିଛି
ଅବ୍ୟକ୍ତ ଭାଷାରେ,
ଅସ୍ପଷ୍ଟ ଅକ୍ଷର ଗୁଣି
ଉଜାଣି ଦିଶାରେ।

ଗଙ୍ଗା ଓ ଯମୁନା କେବେ
ଭ୍ରମନ୍ତି ଯେ ପଥ,
ବେଦନାର ସିକ୍ତ ଧାରେ
ବାହି ନେଇ ରଥ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract