ଅଶାନ୍ତ ସାଗର
ଅଶାନ୍ତ ସାଗର
ହୃଦୟର ଆଇନା ସେ
ଦିବୁନ୍ଦା କାକର,
ଶାନ୍ତ ସମିରଣ କେବେ
ଅଶାନ୍ତ ସାଗର।
ମରୁ ମରୀଚିକା କେବେ
ନିରବିତ ଲଗନେ,
ଅନାହୁତ ପିୟୁଷ ସେ
ସ୍ନିଗ୍ଧ ସାନିଧ୍ୟେ।
କହିଦିଏ ବହୁକିଛି
ଅବ୍ୟକ୍ତ ଭାଷାରେ,
ଅସ୍ପଷ୍ଟ ଅକ୍ଷର ଗୁଣି
ଉଜାଣି ଦିଶାରେ।
ଗଙ୍ଗା ଓ ଯମୁନା କେବେ
ଭ୍ରମନ୍ତି ଯେ ପଥ,
ବେଦନାର ସିକ୍ତ ଧାରେ
ବାହି ନେଇ ରଥ।।
