STORYMIRROR

Sagar Pradhan

Romance

5.0  

Sagar Pradhan

Romance

ବୟାନ

ବୟାନ

1 min
1.1K


ତୁମ ନାମ ଶୁଣି ଦେଲେ ଶିହରାଏ ଦେହ,
ତୁମ କଣ୍ଠ ନ ଣୁଣିଲେ ଆସି ଯାଏ କୋହ।

ବୁଝି ମୁଁ ପାରୁନି ଏ କେଉଁ ସମ୍ପକର୍ ର ଡୋର,
ଭ୍ରମ ମୋ ମନର ଅବା ସ୍ବପ୍ନ ଏ ଦିନର।

ଦୁଃଖ ମୋ ମିଳେଇ ଯାଏ ତୁମେ ହସି ଦେଲେ,
ଛାତି ମୋର ଚିରି ଯାଏ ତୁମ ମୁଁହ ଶୁଖିଥିଲେ।

ଜାଣି ଅଛ ସବୁ ତୁମେ କେବେ କରନାହିଁ ପ୍ରକାଶ,
ତୁମକୁ ବୁଝିବାକୁ କିନ୍ତୁ କରେ ମୁଁ ପ୍ରୟାସ।

ଆଶା କରେ ଉତ୍ତର କୁ ମୋ ଚାତକ ନୟନ,
ଯେଉଁ ପ୍ରଶ୍ନ ତୁମ ଠାରେ କେବେ କରିନି ବୟାନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance