STORYMIRROR

Sagar Pradhan

Others

5.0  

Sagar Pradhan

Others

ପ୍ରତିବିମ୍ବ

ପ୍ରତିବିମ୍ବ

1 min
1.0K


ତୁମ ସେ ନିଦୁଆ ଆଖି ରେ ଅସୁମାରୀ ସ୍ବପ୍ନ,
ଭରିଅଛି ଯେମିତି କାହିଁ କେତେଯେ ପ୍ରଶ୍ନ।

ପଢି ବୁଝିବି ବୋଲି ଭାବିଛି ମନରେ,
ତୁମ ଛବି ସାଇତିଛି କେତେ ଯତନରେ।

ଦେଖେ ଯେବେ ନିଜ ମୁଖ ଆଇନା ରେ,
ତୁମ ପ୍ରତିବିମ୍ବ ମୁହିଁ ପାଏ ସେହିଠାରେ ।

କଳ୍ପନା ଠାରୁ ତୁମେ କେତେଯେ ସୁନ୍ଦର,
ବର୍ଣନା କରିବାକୁ ମୋପାସେ ନାହିଁ ଅଳଙ୍କାର।

ସଫଳତା ସଦା କରୁ ତୁମ ଚରଣକୁ ସ୍ପର୍ଶ,
ପୁରତ ହେଉ ତୁମ ସର୍ବ ଅଭିଳାଷ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍