ଅପୂର୍ବ ଋତୁ
ଅପୂର୍ବ ଋତୁ
ହୃଦୟ ରେ ଫୁଲ ର ରାସ୍ତା
ତିଆରିବା ଲାଗି
ଏବେ ଯଥେଷ୍ଟ ରାସ୍ତା ଅଛି
ଅପେକ୍ଷା ହିଁ ବିଶ୍ୱସ୍ତ ସଂଭାବନା କୁ
ଡାକି ଆଣେ ॥
ବସନ୍ତ ର ପର୍ବ
ସ୍ୱାଗତ କରିବା ର
କଉଶଳ ଆବଶ୍ୟକ
ସବୁ ମିଳି ପାରିବ
ରାଜ କୁମାରୀ ର ଲାସ୍ୟ ଦୃଷ୍ଟି
ସଲ୍ଲଜ ଚାହାଣୀ
ଏବଂ
ହୃଦୟ ର ଅଂତରଂଗ ଉଚ୍ଛ୍ୱାସ ।
କୋଳେଇ ନେବାର ସାହସ
ଅପେକ୍ଷା କରିବାର ସମୟ
ଥିଲେ ହେଲା ॥

