Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Tragedy

2  

Susil Pani

Tragedy

ଅପମିଶ୍ରଣ

ଅପମିଶ୍ରଣ

1 min
1.1K


ଅପମିଶ୍ରଣର କଥା ଶୁଣ ସୁଧି ଜନେ ।

ଯାହା ଅପମିଶ୍ରଣ ହେଉଛି ରଖିଥିବ ମନେ ।। (୧)

ଖାଦ୍ୟ ପଦାର୍ଥଠୁ ବଳି ବ୍ୟବହାର୍ଯ୍ୟ ଜିନିଷ ।

ସବୁଥିରେ ଅପମିଶ୍ରଣ ମନ ମଧ୍ୟେ ହେଜ ।। (୨)

ରାସନ ବାସନ ଠାରୁ ନିତ୍ୟ ବ୍ୟବହାର୍ଯ୍ୟ ।

ସବୁଥିରେ ନକଲି ଜିନିଷ ଖୋଜିଲେ ପାଇବ।। (୩)

ପ୍ରାକୃତିକ ଜିନିଷରୁ ହେଲା ମଉଷଧି ।

ଚେର ମୂଳିରୁ ପ୍ରଥମେ ହେଲା ଔଷଧ ପ୍ରସ୍ତୁତି ।। (୪)

ତାକୁ ସେବନ କରି ମନୁଷ୍ୟ ପ୍ରାଣୀ ହୋଇଲେ ଆରୋଗ୍ୟ ।

ଜୀବନ ରକ୍ଷାକାରି ଔଷଧ ଅପମିଶ୍ରଣ ହେଲା ।

ତେଣୁ ତାର ମାନବତାରେ ତୃଟି ପଦାରେ ପଡିଲା ।।(୫)

ହାଇବ୍ରିଡ୍ ଯୁଗ ଇଏ ସବୁ ଦେଖବାକୁ ବଡ ।

ମାନବତ୍ତାରେ କିନ୍ତୁ ନୁହେଁ ଦେଶି ସମତୁଲ ।। (୬)

ଦେଶି ଜିନିଷଟି ସତ ଆଖିକୁ ଛୋଟିଆ ଦିଶଇ ।

ପୁଷ୍ଟି ପୋଷକତତାରେ ଜିନିଷ ଭର ପୁର ଥାଇ।।( ୭)

ଫଳ ପନିପରିବା ଯେ ହେଲାଣି ଅପମିଶ୍ରଣ ।

ଈଜେକ୍ସନ ମାଧ୍ୟମରେ ଶାଗୁଆ ଫଳ ଦିଶଇ ପାଚିଲା ପ୍ରାୟେଣ ।। (୮)

ରଙ୍ଗିନ୍ ରଙ୍ଗ ବ୍ୟବହାର କରି ଦିଶଇ ସତେଜ ।

ଜନେ ବ୍ୟବହାର କଲେ ହୁଏ ଅସନ୍ତୁଷ୍ଟ । (୯)

ଖାଦ୍ୟ ତୈଳ ଠାରୁ ବ୍ୟବହାର୍ଯ୍ୟ ତୈଳ ।

ତାର ଅପମିଶ୍ରଣର କଥା ନକହିବା ଭଲ ।। (୧୦)

ତାର ପାର୍ଶ୍ୱ ପ୍ରତିକ୍ରିୟା ସଭିଏଁଙ୍କୁ ଜଣା ।

ରକ୍ତରେ କୋଲେଷ୍ଟେରଲ୍ ଏବଂ ଚୁଟି ଝଡିବା ଏହାର ନମୁନା ।। (୧୧)

ଅପମିଶ୍ରଣ ପାଇଁକି ସବୁ ଅବାସ୍ତବ ଲାଗଇ ବାସ୍ତବ ।

ଦେଖିବାକୁ ଚକଚକ୍ ମାନବତ୍ତାରେ ନୁହେଁ ଗୁଣାତ୍ମକ ।। (୧୨)

@ ସୁସିଲ୍ ପାଣି , ପୁରୀ ।


Rate this content
Log in

Similar oriya poem from Tragedy