STORYMIRROR

କଳ୍ପନା ରାୟ

Tragedy Classics Inspirational

3  

କଳ୍ପନା ରାୟ

Tragedy Classics Inspirational

ଅଫୁଟା ଫୁଲ

ଅଫୁଟା ଫୁଲ

1 min
224


ମୁଁ ଅଫୁଟା ଫୁଲ

ମୋତେ ନେଇ ଅନେକ ଆଶା

ମୋତେ ଲଗାଇଥିବା ଲୋକର

ହୁଏତ ସେ ମୋତେ ସଜାଇ ରଖିବାକୁ

ଭାବିଥିବ ଉଦ୍ୟାନରେ,ବା ଫୁଲଦାନୀରେ


ମୁଁ ଆଶା ରଖିଥାଏ

ଯିବି ମନ୍ଦିରକୁ ଭକ୍ତର ଭକ୍ତି ପସରାରେ

କିନ୍ତୁ କିଏ ଜାଣେ ମୋ ଗତି

ମୁଁ କିନ୍ତୁ ମୋହିଥାଏ ମନ ଅଜଣା ପଥିକର

ଅଜଣା ପୁଲକ ହୁଏତ ଛାଡେ ମନରେ


ମୁଁ ଅଫୁଟା ଫୁଲ

କିଏ କିଏ ଦେଖନ୍ତି ବଡ଼ ସଉକିରେ

ବେଳେବେଳେ ଫୁଟିବା ଆଗରୁ ହୁଏତ

ଛିଡିଯାଏ ନିଷ୍ଠୁରତାର ଲୋଭରେ

ଫୁଟିବାର ଆଶା ମଉଳିଯାଏ ଧୂଳିସାତ ସ୍ବପ୍ନରେ


ମୋର ଯତ୍ନ ନିଏ ମାଳି

ପୁତ୍ରଠୁ ବଳି ଅଧିକ ସ୍ନେହରେ

ମୋତେ ଯୋଡ଼ି କବି କବିତା ରଚନା କରେ

ମୋତେ ସାଥିରେ ରଖି ଅଭିନେତା ଅଭିନୟ କରେ

କିନ୍ତୁ କେହି କ'ଣ ମୋ ମନ ବୁଝିବାକୁ ଚେଷ୍ଟା କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Tragedy