STORYMIRROR

RUKEYA JABEEN

Tragedy

4  

RUKEYA JABEEN

Tragedy

ଅପେକ୍ଷାରେ

ଅପେକ୍ଷାରେ

1 min
336

ଆସିବ ଆସିବ ବୋଲି,

ଯୁଗ ଟିିଏ ସରିିଗଲା,

କେତେ ରାତି, କେତେ ଜହ୍ନ,

ଆସି ଫେରିଗଲେ,

କନକବର୍ଣ୍ଣା ସୂର୍ଯ୍ୟ ଛାଇ ତଳେ,

କେତେ ହଂସରାଳିି ଖେଳିଗଲେ ,

ହେଲେ କାହିଁ ତୁୁମ ଛାଇ,

କୋଉଠି ତ ନାହିଁ,

ନାହିଁ ତ ତୁମ ପ୍ରତିିିବିମ୍ବ ,

କୋଉ ଦର୍ପଣେ ଅବା ଜଳଧାରେ ।


ସକାଳର ପ୍ରତ୍ୟେକ ଫୁୁୁଆର,

ଆଶାର ନୂତନ ଫର୍ଦ୍ଦ ନେଇ ଆସେ,

କେତେ ସ୍ୱପ୍ନ କେତେ ଉନ୍ମାଦନା ,

ହୃଦେ ଜାଗୃତ କରାଏ,

ମନେ ପକାଏ ତୁମ ହସ ହସ ମୁହଁ,

ବୋଲକରା ନେତ୍ରଯୋଡି,

ତୁମ ଶାନ୍ତ ମାର୍ଜିତ ,

ଆତ୍ମଷ୍ପର୍ଷୀ ବ୍ୟକ୍ତିତ୍ୱ ,

ଆଉ କିଛି ସମୟ ,

ତୁମ ସାଥେ ବିିିତିଥିବା ଏକାନ୍ତରେ ।


ସଞ୍ଜ ଫେରିଲେ ଆବେଗର ଜୁଆର,

ଶିିିଥିଳ ପଡିିିଯାଏ,

ତୁମ ଆସିିିବାର ସବୁ ଆଶା,

କ୍ଳାନ୍ତ ହେଇ ମଉଳି ଯାଏ,

ଫେରିଯାଏ ଉଆସକୁ ,

ଅବୋଧ ପକ୍ଷୀ ବା ପଶୁୁୁଟିଏ ପରି,

କିଛି ସାନ୍ତ୍ୱନା ଭରା ଶବ୍ଦରେ,

ଆପଣାକୁ ଆପେ ବୁୁଝାଇ, 

କିନ୍ତୁ ବିଚ୍ଛେଦର ପୀଡାରେ ଜର୍ଜରିତ,

ମନ ନୟନ ଥାଏ,

ପୁଣି ସେଇ ଅପେକ୍ଷାରେ ।


Rate this content
Log in

Similar oriya poem from Tragedy