STORYMIRROR

Kabiratna Nutan Kumar Behera

Action Thriller

3  

Kabiratna Nutan Kumar Behera

Action Thriller

ଅପେକ୍ଷାରେ ଥିବା ଲୋକଟି

ଅପେକ୍ଷାରେ ଥିବା ଲୋକଟି

1 min
246

ଅପେକ୍ଷାରେ ଥିବା ଲୋକଟି 

ଉତ୍କଣ୍ଠାର ସହିତ ଜଗିଥାଏ ଆସିବାର ବାଟ 

କେତେବେଳେ ଆସିବ ସେ ଶୁଭ ମୁହୂର୍ତ୍ତ 

ଦେଖା ହେବ ଖୋଜୁଥାଏ ଯା'କୁ,

ଧ୍ୟାନ ରଖି ସେହି ଦିଗକୁ 

ଇତସ୍ତତଃ ଆଖି ବୁଲାଇ ଆଣେ ଚାରି ପାଖ 

ଏୟ ସେ ଆସି ଗଲା କି ଏଇନେ 

ଭାରି ଭାରି ଲାଗୁଛି ତାର ପାଦ ଶବ୍ଦ। 

ଜମାରୁ ନଜର ହଟେ ନା ତାର ସେ ଦିଗରୁ 

ବେଳେବେଳେ ହେଉଥିଲେ ବି ଅନ୍ୟ ମନସ୍କ, 

ଲାଗେ ଏଇ ବୋଧେ ଆସୁଛି ସେ 

ଦୂରରୁ ଦିଶୁଛି ତାର ରୂପରେଖ 

ନିଶ୍ଚୟ ସେ ହୋଇଥିବ 

ଯଦିଓ ଦେଖୁଥାଏ ଅନ୍ୟ କାହାକୁ। 

ପହଞ୍ଚି ଗଲେ ତାର ସାମ୍ନାକୁ 

ମନକୁ ମନ କହିହୁଏ ଆରେ ଏ ତ ସେ ନୁହେଁ 

ଆଖି ଖାଇ ଗଲା ପରେ ଧୋକା 

ଦୋହଲି ଯାଏ ତାର ଧୈର୍ଯ୍ୟର ପାହାଚ। 

ଅପେକ୍ଷାରେ ଥିବା ଲୋକଟି 

ଉଦାସ ଉଦାସ ଲାଗେ ସମୟ ଗଡି ଚାଲେ 

ତଥାପି ନିଜକୁ ସାଉଁଟି ନିଜ ପାଶେ 

ନୂଆ ଏକ ଆଶାରେ ଦୃଢତା ଆଣେ, 

ଆସିବ ସେ ନିଶ୍ଚୟ କଥା ଦେଇଛି ତାକୁ 

ଭରସା ବିଶ୍ଵାସ ଅଛି ତା ପାଖରେ 

ସେ ତ ସେମିତିକା ଲୋକ ନୁହେଁ 

କଥା ଦେଇ ଠକି ଦେବ ଗୋଟାପଣେ। 

ଯେତିକି ଯେତିକି ବିଳମ୍ବ ହେଉଥାଏ 

ଦୀର୍ଘଶ୍ବାସର ଛାଇଟା ଲମ୍ଵି ଲମ୍ଵି ଯାଏ 

ସନ୍ଦେହର ଦୂର ଦିଗ୍ ବଳୟ ଆଡକୁ 

ଘନେଇ ଆସୁଥିବା ଅନ୍ଧାର ଭିତରକୁ ପଶି, 

ନା' ଆଉ ସେ ଆସିବ ନି 

ହୁଏତ କିଛି ଗୋଟାଏ ଅସୁବିଧା ହୋଇଥିବ

ନା' ଥାଉ, ଆଉ ଅପେକ୍ଷା କରି ହେବନି 

ସେ ନ ଆସୁ ତା' ପାଇଁ କିଛି ଅଟକି ଯିବ ନି 

ନିଜ ଭିତରେ ହିଁ ନିଜକୁ ଖୋଜି 

ଫେରୁ ଫେରୁ ବି ଦେଖୁଥାଏ ପଛକୁ ଚାହିଁ

କାଳେ ଏଇନେ ସେ ଆସି ଯିବ କି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action