Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy Abstract Inspirational

2  

Prasant Kumar Nath

Tragedy Abstract Inspirational

ଅପେକ୍ଷା

ଅପେକ୍ଷା

1 min
1.0K


ତୁମ କଥା ଆଜି ଭାରି ମନେ ପଡୁଛି

ମନେ ପଡୁଛି ତୁମ ସାଥେ କଟିଥିବା

ଯେତେ ସବୁ ମିଠା ମିଠା ମୁହୂର୍ତ୍ତ ।

ଆଉ ସେହି ମୁହୂର୍ତ୍ତ ସବୁ ହଁ

ମୋ ଛାତିରେ କଣ୍ଟା ହୋଇ ଫୋଡି 

ହୋଇ ଯାଉଛି,

ରକ୍ତାତ କରି ଦେଉଛି ମୋ ମନକୁ ।

କ୍ଷତ ବିକ୍ଷତ କାରି ପକାଉଛି

ମୋ ଭାବନାରେ ବାନ୍ଧି ହୋଇ ରହିଥିବା

ସବୁ ଆଶାର ପରିଧିକୁ ।

ମୁଁ ସ୍ୱୀକାର କରି ପାରୁନି ବସ୍ତବତାକୁ ।

ମନକୁ ମୋର ସେହି ଗୋଟିଏ ପ୍ରଶ୍ନ

ଉଙ୍କି ମାରୁଛି,

ସତରେ କଣ ତୁମେ ମୋତେ ଛାଡ଼ି ରହିପରିବ ?

ତୁମେ ପାରିବନି ପୁଣି ଥରେ

ଫେରି ଆସିବ ମୋ ପାଖକୁ ,

ସ୍ୱପ୍ନ ଆଉ ଭାବନା ଏହି ଦୁଇଟିକୁ

ଅତିକ୍ରମ କରି ମୁଁ ଆପଣାର କରିପାରୁନି

ବସ୍ତବତାକୁ ।

ସେହି ସ୍ୱପ୍ନ ଆଉ ଭାବନାକୁ ନେଇ

ଏମିତି ମୋର ଅପେକ୍ଷା ଥିବ ତୁମ ପାଇଁ ।

ଯଦି କେବେ ଇଛା ହୁଏ ପୁଣି ଥରେ

ଫେରି ଆସିବା, ଦେଖିବ ସେମିତି ମୁଁ

ରହିଥିବି ତୁମ ଅପେକ୍ଷାରେ ।


Rate this content
Log in

Similar oriya poem from Tragedy