STORYMIRROR

Bidyadhar Mantry

Inspirational

4  

Bidyadhar Mantry

Inspirational

ଅପେକ୍ଷା ଆଶାରେ

ଅପେକ୍ଷା ଆଶାରେ

1 min
100


ଆଉ ଧୈର୍ଯ୍ୟ ରହୁନି ,ଅପେକ୍ଷାର ବି ସୀମା ଅଛି

ଫଳ ମିଠା ଆଶାରେ ଅପେକ୍ଷା

ନୀତିବାଣୀ କେବଳ ଭାଷଣ,କବିତାରେ ଅଛି

ଅପେକ୍ଷା ଆଢ଼ୁଆଳେ ଉପେକ୍ଷା


ସବୁ କିଛି ଦୃତ ଗତିରେ ଅଗ୍ରସର ହେଉଛି

ସବୁକିଛି ହାତ ପାଆନ୍ତାରେ

ଅପେକ୍ଷାର ନାମ ଶୁଣିଲେ ଧୈର୍ଯ୍ୟଚ୍ୟୁତି ଘଟୁଛି

ବେଗ ବଢୁଛି ହୃଦ ଧମନୀ ରେ


ଅପେକ୍ଷା ର ଅଜ୍ଞତା ଓ ଅଭିଜ୍ଞତା ମୁକସାକ୍ଷୀ

କେତେ ମିଠା ସହ ରସାଳିଆ

ଅପେକ୍ଷା ଅପେକ୍ଷାରେ ହିଁ ରହିଯାଏ ଚିରଦିନ

ଫଳ ଆଉ ହେଉନି ମନଛୁଆଁ


ସତ୍ୟ ଆଉ ବିଶ୍ୱାସ ର ଶ୍ୱାସରୁଦ୍ଧ ପ୍ରତିକ୍ଷଣେ

ଅପେକ୍ଷା ବାହାନାରେ ଛଳନା

ମିଠା ରସ ସ୍ଵାଦ ଆସ୍ୱାଳନ ଆଶାରେ ଅପେକ୍ଷା

ଫଳାଫଳ ମାତ୍ର ପ୍ରତାରଣା


ମିଥ୍ୟା କୁ ସତ୍ୟରେ ରୂପାନ୍ତରିତ ଅତି ସହଜ

ସତ୍ୟ ଅପେକ୍ଷାରେ ଧ୍ୟାନ ରତ

ବିଜୟ ଉଲ୍ଲାସରେ ମିଥ୍ୟା ଆନନ୍ଦେ ନୃତ୍ୟରତ 

ସତ୍ୟ ର ଅନୁସୋଚନା ମାତ୍ର


ନୀତିବାଣୀ ର ସଂଜ୍ଞା ପରିବର୍ତ୍ତିତ ହୋଇଅଛି

ସମୟ ର ତାଳରେ ଅପେକ୍ଷା

ଅପେକ୍ଷା ର ଶେଷ ପରିଣତି ହେଉଛି ଉପେକ୍ଷା

ତିକ୍ତ ହିଁ ବେଶି ମିଠା ଅପେକ୍ଷା


ପ୍ରେମରେ ଅପେକ୍ଷା ଅଟଇ ଜଣାଶୁଣା ବ୍ୟାପାର

ଅପେକ୍ଷା ରେ ବେଶି ଆକର୍ଷଣ

ସେହି ସୂତ୍ର ବିପରୀତ ଧର୍ମୀ ଅନ୍ୟାନ୍ୟ କ୍ଷେତ୍ରରେ

ଅପେକ୍ଷା ନାମରେ ଅଘଟଣ


ଆସ ପଚାରି ବୁଝିବା ଅପେକ୍ଷାରତ ପ୍ରେମୀଙ୍କୁ

ଫଳର ସ୍ଵାଦ ମିଠା ନା କଣ!

ପଚାରିବା ପଇସା ହରେଇବା ଜମାକାରୀଙ୍କୁ

ଅପେକ୍ଷା ପରେ ହିଁ ହେଲା କଣ?


ଅପେକ୍ଷାର ଆଉ ଧୈର୍ଯ୍ୟ ରହୁନାହିଁ ରହିବାକୁ

ଛଳନା ପ୍ରତାରଣା ସହ

ଲୋପ ହେଉ ସେହି ନୀତିବାଣୀ ମିଠା ମିଠା କଥା

ଅପେକ୍ଷା ଏବେ ଦୁର୍ବିସହ।।



Rate this content
Log in

Similar oriya poem from Inspirational