STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଅପାତ୍ରରେ ଦାନ

ଅପାତ୍ରରେ ଦାନ

1 min
13.2K


ମାଗି କି ଜୁହାର    ଯାଚି କି କଲ୍ୟାଣ

ଦିଅ ନାହିଁ କେତେବେଳେ

ପିଲା ବେଳୁ ଏହା   ଜାଣି ସାରିଥିଲି

ଜେଜେ ବାପା କହୁଥିଲେ


ଯାଚି ବିକି ଦେଲେ    କାଞ୍ଚନ ବି କାଚ

ହରାଇ ଥାଏ ତା ମୂଲ

ନିଜ ଅଧିକାର   ଅନ୍ୟକୁ ଅର୍ପିଲେ

ନିଜେ ହେବ କଲବଲ


ଜ୍ଞାନର ମହତ୍ତ୍ୱ    କେଡେ ଦୀପ୍ତିବନ୍ତ

ଯିଏ ନେବ ସେ ବୁଝିବ

ଅପାତ୍ରରେ ଦାନ   କରିଦେଲେ ଜ୍ଞାନ

ପଣ୍ଡିତ ମାନ କମିବ


ଭାବିଥିଲ ସ୍ନେହ   ମମତା ସ୍ୱତନ୍ତ୍ର

ଯାହାକୁ ଦେଲେ ବଢିବ

ଆଜି ମୁଁ ଜାଣିଲି   ଅପବ୍ୟବହାରେ

ନିଜେ ଛୋଟ ହୋଇଯିବ



ଚିତ୍ତ ରଞ୍ଜନ ଲେଙ୍କା (କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational