STORYMIRROR

Dr Santosh Kumar Panda

Classics

3  

Dr Santosh Kumar Panda

Classics

ଅପାଶୋରା ପ୍ରେମ

ଅପାଶୋରା ପ୍ରେମ

1 min
183


ଜୀବନଟା ଲାଗେ ଭାରି ଭାରି

 ତା'କୁ ଖାଲି ମୁଁ ଯେ ଝୁରି ଝୁରି,

ଆଖି ଖୋଜେ ତା'କୁ ଥିରିଥିରି

 ପିଣ୍ଡରୁ ପ୍ରାଣ ଯାଏ ବାହାରି।


ପୂରା ଅଛିଣ୍ଡା ଗଣିତ ଟିଏ

  ସମାଧାନ ମୁଁ ଖୋଜି ନ ପାଏ,

 ଛାଇ ଆଲୁଅର ଖେଳ ଇଏ

  କେବେ ଦୂରେ କେବେ ଧରା ଦିଏ।


ସପନେ ଆସିଲେ ସେ ଯେ ଆଉ

   ଆଖିକୁ ଜମା ନିଦ ଆସେନା,

ପାଶେ ଥିଲେ ଆସି ସେ ଯେ ଆଉ

  ମନ କାହିଁରେ ଜମା ଲାଗେନା।


ତା ବିନା ଆନ ଭଲ ଲାଗେନା

  ନ ହୁଏ କିଏ ତା'ର ତୁଳନା,

କେମିତିକା ଭାବ ଇଏ ପୁଣି

  ଏ ଭାବରେ ନ ଥାଏ ଛଳନା।


ସେ ଆଉ କେହି ନୁହେଁ ମୋ କାହ୍ନା

  ତାର ପ୍ରେମେ କେହି ତ ଡୁବନା,

ଜୀବନେ ପାଇବ ଯେ ଯନ୍ତ୍ରଣା

  ସଂସାରକୁ ଆସିବ ବିତୃଷ୍ଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics