STORYMIRROR

Binodini Dash

Inspirational

4  

Binodini Dash

Inspirational

ଅନ୍ୟାୟଦାଣ୍ଡରେ ଆଜି ନ୍ୟାୟ ଭିକାରୀ

ଅନ୍ୟାୟଦାଣ୍ଡରେ ଆଜି ନ୍ୟାୟ ଭିକାରୀ

1 min
239



ପହଞ୍ଚିଲା କେଉଁ କାଳ ଧରା ବୁକୁରେ

ହୃଦେ ହୃଦେ ଅନ୍ଯାୟଟା ରାଜୁତି କରେ ।


ଧର୍ମ କର୍ମ ନ ମାନନ୍ତି ଜ୍ଞାନକୁ ହାରି

ଗରବ ଅହଂକାରକୁ ଜାବୁଡ଼ି ଧରି ।


ପାପ ପୂଣ୍ୟ ବିଚାର ବି ନାହିଁ ମନରେ

ଧାଇଁ ଚାଲିଥାନ୍ତି ନିତି ନିଜ ସ୍ବାର୍ଥରେ ।


ଗୁରୁ ଗୁରୁଜନେ ଭକ୍ତି ନାହିଁ ଅନ୍ତରେ

ପିତାମାତା ସାତପର ହୋନ୍ତି ଏଠାରେ ।


ଦୟା କରୁଣା ସ୍ବଭାବ ବିଲୁପ୍ତ ପ୍ରାୟ

ହିଂସା ପ୍ରତିହିଂସା ତୋଳେ କେବଳ ଜୟ ।


ପଥଭ୍ରଷ୍ଟେ ରଣଭଣ ଆଜି ମଣିଷ

ଦେଖି ଦେଖି ଶିଷ୍ଟ ଏହା ହୁଏ ଅବଶ ।


ପାଟି ଖୋଲି କହିବାର ଜୁ ବି ନ ଥାଏ

ଅବଶୋଷେ ଦିନରାତି ଯା' ପାହିଯାଏ ।


ଦିନୁଦିନ ତୁଟିଯାଏ ସତ୍ୟର ଶିରୀ

ଅନ୍ୟାୟ ପ୍ରତି ଅନ୍ତରେ ସାଜେ ବଇରି ।


ତା' ମାୟା ଫାଶକୁ ଛିନ୍ନ ନକରିପାରି

ଅନ୍ୟାୟ ଦାଣ୍ଡରେ ଆଜି ନ୍ୟାୟ ଭିକାରୀ ।



Rate this content
Log in

Similar oriya poem from Inspirational