STORYMIRROR

Samar Ballav Bhoi

Tragedy Inspirational

4  

Samar Ballav Bhoi

Tragedy Inspirational

ଅନୁତାପ

ଅନୁତାପ

1 min
264


ଜୀବନ ଯାତ୍ରାର ଭାବନା ଗୃହରେ

ଅଭିମାନ ପ୍ରତିବାଦ ଥାଏ ସବୁରେ

ଭଲ ପାଉଥିବା ସବୁ ମଣିଷ ଭିତରେ

ଭଲ ମନ୍ଦ ସବୁ ଲୁଚିଥାଏ ମାନସ ପଟରେ।। 


ଭୁଲ ବୁଝାମଣା ଥାଏ ସବୁରି କଥାରେ

ପିତାମାତା ଅବା ସନ୍ତାନସନ୍ତତି ଭିତରେ

ବଡ଼ ହୋଇ କିଏ କିଛି କହିଦେଲେ ଥରେ

ଭାବନାଟା ଜଳେ ଅହଂକାର କ୍ରୋଧରେ।।


କଳିଙ୍ଗ ଯୁଦ୍ଧର ଅବସାନ ପରେ 

ସମ୍ରାଟ ଅଶୋକ ବି କରିଥିଲେ ଅନୁତାପ

ସନ୍ତାନ ସନ୍ତତି ପିତାମାତାଙ୍କୁ

ଅଣଦେଖା କରି ଭରନ୍ତି ମନରେ ପାପ

ଅହଙ୍କାର ଅଭିମାନ ଭରି 

ଯାତନା ଦିଅନ୍ତି କରନ୍ତି ନାହିଁ ପରିତାପ

ମାନ ଅଭିମାନ ଘୃଣା ଅତ୍ୟାଚାର

ହୃଦୟେ ଧରିଣ କରୁଥାନ୍ତି ନାମ ଜପ।।


ଗର୍ବ ଅହଙ୍କାର ଅଭିମାନ ମନୁ ରହିଲେ ଦୁରେଇ 

ଲାଗିବନି ଆଉ ଅନୁତାପର ଯୁଦ୍ଧ ଲଢେ଼ଇ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy