STORYMIRROR

Sagar Kumar Parida

Tragedy

4  

Sagar Kumar Parida

Tragedy

ଅନୁତାପ

ଅନୁତାପ

1 min
439

ଅନୁତାପ ଆଜି କରୁଛି ଜୀବନେ

 ଭାବି ସେଇ ସ୍ୱପ୍ନ କଥା,

ସେ ସମୟ ଆଉ ଫେରିବକି କୁହ

ଯେ ହୋଇଛି ଅତୀତ ଗାଥା ।।


ଅନେକ ସ୍ୱପ୍ନ ଅସୁମାରୀ ଆଶା

ବସା ବାନ୍ଧିଥିଲେ ମନେ,

ଜଞ୍ଜାଳ ଚକ୍ରରେ ହୋଇ ନିପୀଡିତ

 ଭୁଲିଲି ସେ ସବୁ ଦିନେ ।।


ସୈନିକ ହୋଇବି ଶ୍ରତୁ ସଂହାରିବି

ଦେଶକୁ କରିବି ରକ୍ଷା,

ସ୍ୱପ୍ନ ଥିଲା ମୋର ପିଲାଦିନ କାଳୁ

ଅଧୁରା ସେଇ ଆକାଂକ୍ଷା।।


କୁସଙ୍ଗରେ ପଡି ସୁସଙ୍ଗକୁ ଛାଡି

ସମୟ ମୋ ସାରିଦେଲି,

ଯେଉଁ ସମୟରେ ପଢିବା କଥାମୋ

ବୁଲିଲି ଆଉ ଖେଳିଲି ।।


ସମୟ ସରିଲା ବୟସ ବଢ଼ିଲା

ସାଙ୍ଗ ସାଥି ଗଲେ ଛାଡି,

ବେକାର ଭାବରେ ବୁଲି କେତେଦିନ

ସୁରାଟ ଗଲି ମୁଁ ଚଳି ।।


ପରିଶ୍ରମ କରେ ଦିନରାତି ମୁହିଁ 

ହୋଇ ଦିନ ମଜୁରିଆ,

ଅନୁତାପ କଲେ କିଲାଭ ହୋଇବ

ସ୍ୱପ୍ନ ଆଜି ମୋ ଅଧୁରା ।।


ମୋର ଅନୁଭବୁ କଥା ମୁଁ କହୁଛି

ଶୁଣ ମୋ ଭଉଣୀ ଭାଇ,

ନିଜ ଲକ୍ଷ୍ୟ ନିଜେ ପରିଶ୍ରମ କରି

ପୂରଣ କର ଯେ ତୁହି ।।


ଛାଡ଼ି କୁସଙ୍ଗକୁ ମିଶ ସୁସଂଗରେ

ହୋଇବ ବଡ଼ ମଣିଷ,

ଅନୁତାପ କେବେ ନ କରିବ ମନେ

ପାଇ ଜୀବନରେ ଯଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy