STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ଅନୁକୂଳ ପ୍ରତିକୂଳ

ଅନୁକୂଳ ପ୍ରତିକୂଳ

1 min
394

ଜୀବନ ବୃକ୍ଷର ଛାଇ

ସମୟର କ୍ରମରେ ଓଲଟୁ ଥାଏ

ଅନୁକୂଳ ଆଉ ପ୍ରତିକୂଳ ରୂପେ,

ଭଲ ଥିଲେ ଲାଗେ ସବୁ ଅନୁକୂଳ

ବିଗିଡି ଗଲେ ପରିସ୍ଥିତି କିଛି 

ପ୍ରତିକୂଳ ଆସିଛି ବୋଲି

ମଣିଷ ରହେ ମାନସିକ ଚାପେ।


ପ୍ରତିକୂଳ ଆସେ ଜଣକୁ

ଭିତରୁ ସଜାଡ଼ି ମଜଭୁତ କରିବାକୁ

ଶ୍ରମ ସାଧନାର ଚଲା ପଥେ,

ଅନୁଭୁତି ଅଭିଜ୍ଞତା ବଢାଇ ଦେଇ

ଦକ୍ଷତାର ପ୍ରମାଣ କରାଏ

ସଫଳତାରେ ଯଶ ତାର ବ୍ୟାପେ।


ପ୍ରତିକୂଳ ଅନୁକୂଳର ଜନ୍ମଦାତା

ଘନ ଅନ୍ଧାର ରାତ୍ରି ପରେ ହିଁ

ଆସେ ଶୁଭ ସକାଳର ସୂରୁଜ ଉଇଁ

ଧରାକୁ ଆଲୋକରେ କରି ଆଲୋକିତ,

ନିଦାଘର ଝାଞ୍ଜି ଖରା ତାତି ସହି

ପାଇଲେ ଅସରାଏ ବର୍ଷାର ଛୁଆଁ

ମୂର୍ତ୍ତିକା ଭିତର ବୀଜ ହୁଏ ଅଙ୍କୁରିତ।


ପ୍ରତିକୂଳ ଜୀବନ ପଥରେ

ହୁଏ ଯଦି ଏକ ଉଠାଣିର ଯାତ୍ରା

କ୍ଳାନ୍ତି ଆଉ ଯନ୍ତ୍ରଣାଦାୟକ,

ଅନୁକୂଳ ଅଟଇ ଗୋଡାଣିଆଁ

ପଥିକ ପାଇଁ ଗନ୍ତବ୍ୟରେ ହୋଇଥାଏ 

ତା' ସହଜସାଧ୍ୟ ଆରାମଦାୟକ।


ଉଭୟେ ପରସ୍ପର ପରିପୂରକ

ପ୍ରତିଟି ଜୀବନ ଗଢିବାକୁ

ଦିଅନ୍ତି ଯଥେଷ୍ଟ ଉତ୍ସାହ ପ୍ରେରଣା,

ସମୟ ଅସମୟକୁ କରି ସୁବିନିଯୋଗ

ଲକ୍ଷ୍ୟସ୍ଥଳ ଠିକ୍ ରଖି ଯିବା ବାଟରେ

ପହଞ୍ଚି ହୁଏ ଖୋଜି ତାର ଠିକଣା।


ଅନୁଶୋଚନାରେ ହୋଇ ଭାରାକ୍ରାନ୍ତ

କରି ବସିଲେ ଗଭୀର ଦୁଃଚିନ୍ତା

ଏକାଗ୍ରତା ଭାଙ୍ଗିଯାଏ କରେ ଲକ୍ଷ୍ୟଭ୍ରଷ୍ଟ ,

ଧୈର୍ଯ୍ୟ ସାହସର ସହିତ

ଥିଲେ ଦୃଢ଼ ଭରସା ଆତ୍ମବିଶ୍ଵାସ

ଆଶା ସାର୍ଥକ ହୋଇ କରିଦିଏ ସନ୍ତୁଷ୍ଟ।


Rate this content
Log in

Similar oriya poem from Action