ଅନ୍ତରଙ୍ଗ ବନ୍ଧୁ
ଅନ୍ତରଙ୍ଗ ବନ୍ଧୁ
ଆହେ ପ୍ରଭୁ ଜଗବନ୍ଧୁ
ତୁମେ ପରା ମୋର
ଅନ୍ତରଙ୍ଗ ବନ୍ଧୁ କିମ୍ପା
କରୁଛ ମୋ ପ୍ରତି
କୃପା ଉଣା
ମୁଁ ତ ନିରିମାଖି
ତୁମ ପଦ ଦାସୀ
ତୁମ ପାଦେ ମୋର ଧ୍ୟାନ
ଏ କଥା ତୁମକୁ
କିବା ଅଛି ଅଜଣା
ବନ୍ଧୁ ହୋଇ ତୁମେ
ଏ ଅଭାଗୀକୁ କିଆଁ
ଦେଉଛ ଦୁଃଖ ଯାତନା
ତୁମେ ପରଂବ୍ରହ୍ମ
ଅନାଥର ନାଥ
କରୁଛି ମିନତୀ
ଆଉ କୃପା ଉଣା
କରନା
ଦିଅ ହେ ଆଶିଷ
ଦିଅ ମୋ ଅଞ୍ଜଳି ଭରି
ଯାଉଛି ମୁଁ ଜଳି
ଗୋସାଇଁ ହେ ଆଉ
ଉଛୁର କରନା