ଅନ୍ତରଙ୍ଗ ବିଳାପ
ଅନ୍ତରଙ୍ଗ ବିଳାପ
ଅଜ୍ଞାତବାସ ନୁହେଁତ
ଅନ୍ତରଙ୍ଗ ଏକ ଆତ୍ମାର ବିଳାପ
କାନଡେରି କେହି କେବେ
ଶୁଣିଛ ସେ ସ୍ୱର?
ବେଳେ ବେଳେ ଏତେବଡ ସୂର୍ଯ୍ୟଙ୍କୁ
ଘୋଡାଇ ଦେଇପରେ
ଛୋଟ ଖଣ୍ଡେ କଳାହାଣ୍ଡିଆ ମେଘ ।
ଛଳନା କପଟର ଉର୍ଦ୍ଧ୍ୱରେ ଥିବା
ଲୋକଟିଏ କେମିତି ପାରିବ ବୁଝି
ଅନ୍ତରଙ୍ଗ ଛଳନାର ଭାଷା ?
ଜୀବନର ପଶାପଲିରେ
ହାର ଜିତ୍ ର ହିସାବ କରୁଥିବା
ମଣିଷ ମାନଙ୍କୁ କିଏ ବା କାହିଁକି
ଶୁଣାଇବ ମରଣର ମଧୁର ସମ୍ଭାଷଣ ।
ନଈବଢିରେ ଭାସି ଯାଉଥିବା ଲୋକ
କୁଟାଖିଏ କୁ ବି ଆଶ୍ରା କରେ ।
ଅନ୍ଧାରରେ ଛାଇ ଖେଜିବା ପରି
ଅବାସ୍ତବତା ପଛରେ
କାହିଁକି ଧାଇଁଛୁ ରେ ମନ ?
ଡେଣାରେ ପର ନ କଅଁଳିବା ହିଁ ଭଲ,
କେହି କଣ ଯୋଜନା କରି
ନିରୁଦ୍ଧିଷ୍ଟ ହୁଏ ?
