STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

1 min
198


ଅନ୍ତର ଆତ୍ମାରେ ତୁମେ ଜଗନ୍ନାଥ

ରହି ଚଳାଉଛ ଏ ଜୀବନ ରଥ ଯେ,

ତୁମେ ପରଂବ୍ରହ୍ମ ଅନାଥର ନାଥ

ଅଜ୍ଞାନ ଅନ୍ଧକାରେ ଦେଖାଅ ପଥ ଯେ।୧।


ସୃଷ୍ଟିରେ ତୁମେ ହର୍ତ୍ତା କର୍ତ୍ତା ବିଧାତା

ସାରା ସଂସାରର ତୁମେ ଭାଗ୍ୟ ଦାତା ଯେ,

ତୁମରି ଇଙ୍ଗିତେ ଚାଲିଛି ଜଗତ

ତୁମେ ଚିରନ୍ତନ ଚିନ୍ମୟ ଶାଶ୍ଵତ ଯେ।୨।


ଶରୀର ଘଟକୁ କରିଛ ତିଆରି

ଦରକାର ଯାହା ଦେଇଅଛ ଭରି ଯେ,

ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ଅବୟବ

ମନ ହୃଦୟ କରେ ତା' ଅନୁଭବ ଯେ।୩।


ଅନ୍ତର ଭିତରେ ରହି ଅଛ ତୁମେ

ଲାଳନ ପାଳନ କର ଶ୍ରଦ୍ଧା ପ୍ରେମେ ଯେ,

ତୁମେ ହିଁ ତ ସତ୍ୟ ଏଇ ଧରାଧାମେ

ତୁମ ଲାଗି ପ୍ରାଣ ଚାଲେ ଅବିରାମେ ଯେ।୪।


ତୁମ ଆଜ୍ଞା ମାନି ଚାଲେ ଯେଉଁ ପ୍ରାଣୀ 

ବର ଦେଇ ତାକୁ କରାଅ ଅଗ୍ରଣୀ ଯେ,

କଲେ ଅବଜ୍ଞାନ ସବୁ ଜାଣି ଶୁଣି 

ମାନ ସନମାନ ହୁଏ ତାର ହାନୀ ଯେ।୫।


ରହି ନମ୍ର ଶାନ୍ତ କଲେ ତୁମ ଧ୍ୟାନ

ପାଏ ଶାନ୍ତି ତୃପ୍ତି ହୁଅଇ ମହାନ ଯେ,

ହେଲେ ହିଂସ୍ର କ୍ରୁର ହୁଏ ହୀନିମାନ 

ଦୁଃଖ କଷ୍ଟ ପାଇ ବିତାଏ ଜୀବନ ଯେ।୬।


ତୁମେ ପ୍ରଭୁ ସ୍ଵୟଂ ଦୟାର ସାଗର

ଭକ୍ତ ଲାଗି ତୁମ ମହିମା ଅପାର ଯେ,

ଅନ୍ତର ଆତ୍ମାରେ ଥାଅ ନିରନ୍ତର

ଆଶା ସପନକୁ କରାଅ ସାକାର ଯେ।୭।


ଗତି ମୁକ୍ତି ନାହିଁ କିଛି ତୁମ ବିନା

ତୁମକୁ ଭୁଲିଲେ ଆସେ ବିଡମ୍ବନା ଯେ,

ଭରି ଦିଅ ପ୍ରଭୁ ହୃଦୟେ ଚେତନା 

ତୁମକୁ କରୁଛି ଅଶେଷ ପ୍ରାର୍ଥନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract