Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational Others

4.3  

DILIP KUMAR SAHOO

Inspirational Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
199



ଦିନୁଦିନ ବଦଳୁଛି ଦୁନିଆର ରୂପ

ବଦଳି ଯାଉଛି ଏବେ ଶିକ୍ଷାର ସ୍ବରୂପ ।

ଇଣ୍ଟରନେଟ କମ୍ପ୍ୟୁଟର ମୋବାଇଲ ପାଇଁ

ସବୁକିଛି ଶିଖି ହୁଏ ଅନ୍ ଲାଇନ୍ ରେ ଭାଇ ।

ପାଠ ଠାରୁ ସାଠ ଯାଏ ସବୁ ଶିଖାଯାଏ

ଘରେ ବସି ଶିଖିବାର ବାଟ ମିଳିଯାଏ ।

ସ୍ବାସ୍ଥ୍ୟ ପାଇଁ ଯୋଗ ପରା ଅତି ଆବଶ୍ୟକ ଅନଲାଇନରେ ଶିଖାଯାଏ ଘରେବସି ଶିଖ ।

ଅନଲାଇନରେ ଶିଖାଯାଏ ନାଚ ଆଉ ଗୀତ

ଓଡଶୀ ତ ହେଉ ଅବା ହେଉ ଆଧୁନିକ ।

ଅନଲାଇନରେ ନାରୀମାନେ ଶିଖନ୍ତିରୋଷେଇ

ଶିଖିଥାନ୍ତି ଲୁଗାପଟା ପୋଷାକ ସିଲେଇ ।

ସୁନ୍ଦରୀ ହେବାକୁ କିଏ ଶିଖନ୍ତି କୌଶଳ

ଯିବାକୁ ପଡେନି ତାଙ୍କୁ ବିଉଟି ପାର୍ଲର ।

କରୋଣା ଡରରେ ଏବେ ବିଦ୍ୟାଳୟେ ତାଲା

ଅନଲାଇନରେ ପଢୁଛନ୍ତି ପାଠ ସବୁ ପିଲା ।

ଅନଲାଇନ୍ ଶିକ୍ଷା ପାଇଁ ବଦଳେ ଦୁନିଆ

ଜ୍ଞାନ ଆହରଣ ପାଇଁ ଏତ ନୂଆ ରାହା ।

ନାହିଁ ଏଠି ବୟସର ସୀମାରେଖା କିଛି 

ଯିଏ ନାହିଁ ସିଏ ପଢେ ପାଠ ବାଛିବାଛି ।

ନେଟ୍ ର ସୁବିଧା ଖାଲି ଏଥିପାଇଁ ଲୋଡା

ମୋବାଇଲ ଦେଖିଦେଖି ହୁଏ ପାଠ ପଢା ।



Rate this content
Log in

Similar oriya poem from Inspirational