STORYMIRROR

Pinku Ranbida

Tragedy Children

4  

Pinku Ranbida

Tragedy Children

ଅନଲାଇନ ପଢା

ଅନଲାଇନ ପଢା

1 min
280

ଅନଲାଇନ ପଢ ସରକାର କହୁଛେ

ଗରିବ ହେଉ କି ଧନୀ,

ସବେ ଗୁଟେ ଗୁଟେ ସ୍ମାର୍ଟ ଫୁନ୍ ଧରି

ପିଲା,ଟୁକେଲ ପଢ ଅଏନ୍ କରି ।


ଖାଏବାର୍ ଲାଗି ପଏସା ନାଇନ

ଗରିବ ଫାସୀ ଲଗେଇ ଯାଉଛେ ମରି,

ସରକାର୍ କହୁଛେ ଅନଲାଇନ ପଢ

ସ୍ମାର୍ଟ ଫୁନ୍ ଗୁଟେ ଗୁଟେ ଧରି ।


ଗରିବ୍ କେନୁ ଆନବା ପଏସା 

ଛୁଆ କେ ଘିନି ଦେବା ମୁବାଇଲ,

ବେଲେ ଖାଏଲେ ,ବେଲେ ନାଇଁ

କେନ୍ତା ପଢବା ଛୁଆ ଅନଲାଇନ୍ ।


କରୋନା ବେମାର୍ ଦାଉ ସାଧୁଛେ

ଗରିବର ପେଟ୍ କେ ମାରି,

ବେଲେ ଖାଏଲେ, ବେଲେ ନାଇଁ

ଭୁକେ ରହୁଛନ୍ ଯେନ୍ତା ସେନ୍ତା କରି ।


କେନ୍ତା ଛୁଆ ପଢବା ଅନଲାଇନ

କହ ସରକାର ତୁଇ,

ବଡ୍ କାରବାର୍,ବଡ୍ କଥା

ଗରିବ୍ କେ ଘାଟୁ ତାହିଁ ।


ଗରିବ ଲୋକ୍ କେ ହିନିସ୍ତା କରୁଛେ

ଅନଲାଇନ ପଢା ଆରମ୍ଭ କରି

ଗୁଟେ ଗୁଟେ ମୁବାଇଲ ନାଇଁ ଦେତା

ଛୁଆ ପଢ୍'ତେ ଅଏନ କରି


କହିଦେଲେ ନାଇଁ ହୁଏ କିଛି

ଗରିବର୍ ଦୁଃଖ୍ ଟିକେ ବୁଝ,

ଖାଏବାର୍ ଲାଗି ତରସି ଗଲେନ

କେନୁ ମୁବାଇଲ ଘିନବେ କହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy