STORYMIRROR

Dr Santosh Kumar Panda

Children

4  

Dr Santosh Kumar Panda

Children

ଅନଲାଇନ ଭୋଜି

ଅନଲାଇନ ଭୋଜି

1 min
450

କ୍ରିଙ୍ଗ କ୍ରିଙ୍ଗ ହୋଇ ବାଜିଲା ଘଣ୍ଟି

ଫୋନ୍ ଧରିଲା ଚଗଲା ବଣ୍ଟି।


ସେପଟୁ ଶୁଭିଲା ରାଜୁର ସ୍ଵର

କେବେଠୁ ଯିବ ଏ କରୋନା ଡର।


ସାଥୀ ହୋଇ ଆମେ ଖେଳିବା ଖେଳ

ଭୋଜି ଭାତ ହେବ ହୋଇଣ ମେଳ।


ରାଜୁ କଥା ଶୁଣି ବଣ୍ଟି କହିଲା

ଭୋଜି ପାଇଁ ମୋର ଲାଳ ଗଡିଲା।


କେବେ କହ ଆମେ କରିବା ଭୋଜି

ଅନଲାଇନ ପାଇଁ ଦୁହେଁ ହୋଇଲେ ରାଜି।


ରଘୁ ରାମୁ ବେଣୁ ଘନ ସନିଆ

କଥା ହୋଇଗଲେ ସମସ୍ତ ଛୁଆ।


ଜୁମରେ ହେଲା ଭୋଜି ବୈଠକ

ସ୍ଥିର ହୋଇଗଲା ବାର ତାରିଖ।


ଭାତ ଡାଲି ଛେନା ତରକାରି 

ସଭିଏଁ କରିବେ ଘରେ ତିଆରି।


ନିର୍ଦ୍ଦିଷ୍ଟ ସମୟେ ଅନଲାଇନ ବସି

ଭୋଜି ଭାତ ଖାଇ ହୋଇବେ ଖୁସି।


ସଭିଏଁ ସଜାଗ ରାନ୍ଧିଣ ଘରେ

ଜୁମ୍ ସଂଯୋଗ ଗଲା ହ୍ଵାଟସଅପରେ।


ବସି ଖାଇବାର ସମୟ ହେଲା

ପ୍ରସ୍ତୁତ ରହିଲେ ଧରିଣ ଠୋଲା।


ଠିକ୍ ସମୟରେ ନେଟ୍ କଟିଲା

ଅନଲାଇନ ଭୋଜି ଆଉ ନୋହିଲା।



Rate this content
Log in

Similar oriya poem from Children