ଅନ୍ଧ
ଅନ୍ଧ
ଅନ୍ଧ ମୁଁ ଜଣେ ଭାବୁଛି ବସି
ପୁରୀ ମୁଁ କେମିତି ଯିବି
କାଳିଆ ଦର୍ଶନ କରିଚି ମନ
ଦୁଖ ମୋର ଜଣାଇବି....l
ଏହି ମନ ମୋର ହୁଏ ବିରସ
ପାରୁ ନାହିଁ କିଛି ଭାବି
କାଳିଆର ଡୋରି ଲାଗିଜାଇଛି
ସୁଖ ମୋର ମନେ ସ୍ରବି...l
ଭାବନା ଦୁଖ କରୁଛି ଅଥୟ
ମନ ମୋ ଯାଉଛି ଦବି
ନିରାଶ୍ରୟ ମୁଁହିଁ ଯିବି କେମିତି
ହୃଦୟେ ଖୋଲୁନି ଚାବି...l
ଏମନ୍ତ ସମୟେ ବୁଦ୍ଧି ଉତ୍ପନ୍ନ
ଅନ୍ଧାର ରୁ ଦୁରେ ରବି
ନିଜକୁ ନିଜେ ସହାୟ ତ ଜାଣ
ମାୟାକୁ ଦୁର କରିବି...l
ଘରୁ ଯାଉଛି ସାହସ ମନରେ
ରେଳଗାଡି ଚଢି ଯିବି
ସବୁ ଶବଦ ଶୁଣିତ ପାରୁଛି
ତ୍ରିଠାକୁର ଦେଖି ଆସିବି...l
ନିଜ ରକ୍ଷାକର୍ତା ନିଜେ ତୁହି ଅଟୁ
ବୁଦ୍ଧିଦାତା ଅଟେ ସିଏ
ସେ ବୁଦ୍ଧି ନଦେଲେ ଅନ୍ୟ କେ କିଏ
ଭଲ ବାଟ ତ ଦେଖାଏ..l
ଏହା ଭାବି ମନେ ଚଢିଲା ସେ ଦିନେ
ସ୍ଟେସନରେ ରେଳ ଗାଡି
ପୁରି ଧରିଗଲା ନିଜେ ଉହ୍ଲାଇଲା
ଚାଲିଲା ଧରିଣ ବାଡି...l
ସାହସ ତାନ୍କର ବୁଦ୍ଧି ବି ତାଂକର
କରମ ଆମର ଭାଇ
ବୁଦ୍ଧି ନଖଟାଇ କର୍ମକୁ ନକଲେ
ଫଳ କି ପାଏରେ ସେହି..l
ଅନ୍ଧକୁ ଅନ୍ଧାର ଦିଶଇ ସର୍ବତ୍ର
କାହାକୁ କଣ ଦେଖଇ
ଅନ୍ତଶ୍ଚକ୍ଷୁ ଦେଖେ ସର୍ବତ୍ର ଜଗତ
ହରି ସାହା ଆମ ପାଇଁ...l
ଭାବନାର ମନ ବହୁତ ମହାନ
ଦୁଖ ଅଛି ଅପ କର୍ମେ
ସାହାରା ନହୋଇ ନିଜେ ବାଟ ଚାଲ
ଆଶାରେ ମଣିଷ ଭ୍ରମେ....l
ହରିବୋଲ ଶବ୍ଦ ମନ୍ଦିର ଭିତରେ
କାନରେ ଶୁଣୁଛି ମୁହିଁ
ଅପୁର୍ବ ସାହସେ ଆସିଲି ତ ଦେଖ
କାଳିଆ ତ ଦିଶୁନାହିଁ...l
ସାହସ ସଂଚୟ କରହେ ନିଶ୍ଚୟ
ଜୟ ତ ସର୍ବଦା ଅଛି
ଅନ୍ଧ ପଥିକ ଟେ ଚାଲିଛିମୁ ବାଟ
କାଳିଆ ମୋ ପାଶେ ଅଛି...l
ଅଧୈର୍ଯ୍ୟ ର ଗତି
ଦିଏନି ତ ଶାନ୍ତି
ଧୈର୍ଯ୍ୟ ପଣେ କର୍ମ କର
ଦରକାର ନାହିଁ
କାହାର ସାହାଯ୍ୟ
ରକ୍ଷାକର୍ତା ହରିହର....ll