STORYMIRROR

SUBRAT SETHY

Inspirational

3  

SUBRAT SETHY

Inspirational

କିଏ ଆଉ

କିଏ ଆଉ

1 min
154

କିଏ ଆଉ ବୁଝିବ ଲୋ ମୋ କଲମ ମୂଲ 

   କିଏ ଆଉ ହେବ କୁହ ତୁମ ସମତୁଲ ।

ଅବୁଝା ଏ ମନ ମୋର 

   ଖୋଜୁଥାଏ ବାରମ୍ଵାର  

        ହୋଇ ଅସ୍ଥିର 

          ହୋଇ ଅଧିର ।


କିଏ ଆଉ ପରଖିବ ମୋ ଶବ୍ଦ ସଂହାର 

    କିଏ ଆଉ ସଜାଡ଼ିବ ଦେଇ ନୂଆ ସ୍ୱର ।

ଅଂହଭାବ ମନ ତୋର 

   ମୋ କଲମ ଛାରଖାର 

       ହୋଇ ସ୍ୱାର୍ଥପର 

         ତୁ ହୋଇଲୁ ପଥର ।


କିଏ ଆଉ ଭେଟିଦେବ ନୂଆ ଉପହାର 

     କିଏ ଆଉ ଆଣିଦେବ ସ୍ମୃତି ଅପାର ।

ଅଂହକାରୀ ମଣିଷ ଲୋ 

  ବେଶୀ ନାହିଁ ଆୟୁଷ ଲୋ 

       ହୁଅ ସ୍ଵାଭିମାନୀ  

         ତୁମେ ଏଡ଼େ ବେଇମାନି ।


କିଏ ଆଉ ବୁଝିବ ଲୋ ମୋ ହୃଦୟ ଭାଷା 

    କିଏ ଆଉ ଦେଖେଇବ ସ୍ୱପ୍ନ ଅଭିଳାଷା ।

ମୋ କବିତା ବେ ସ୍ୱର 

   ପାଇଲିନି ସାଥି ତୋର 

       ବୁଝି ପାରିଲୁନି 

         ଏଡ଼େ ଅଭିମାନୀ ।


କିଏ ଆଉ ସମ୍ଭାଳିବ ମୋ ଅଳି ଅଝଟ 

    କିଏ ଆଉ କରିବ ଲୋ ମୋତେ ଆକଟ ।

ବୁଝ ଥରେ ମୋ ମନକୁ 

   ଫେରିଆସ ମୋ ପାଖକୁ  

      ଦେଖ ଫେରିଛି ଫଗୁଣ 

          ଭୁଲି ଅଭିମାନ ।



Rate this content
Log in

Similar oriya poem from Inspirational