Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUBRAT SETHY

Romance Tragedy Others

3  

SUBRAT SETHY

Romance Tragedy Others

ହୃଦୟର ଅକୁହା ଭାଷା

ହୃଦୟର ଅକୁହା ଭାଷା

1 min
122


ବଞ୍ଚିବାକୁ ଇଚ୍ଛା ତୁମରି ସ୍ମୃତିରେ

 ବିଶ୍ୱାସ ମୋ ତୁଟି ଯାଏ,

ହସିବାକୁ ଇଚ୍ଛା ତୁମରି ହସରେ

 ଧାର ଧାର ଲୁହ ଝରେ ।


କେମିତି ବଞ୍ଚିବି ତୁମ ବିନା ପ୍ରିୟା

  କୁହ ଓଠ ଖୋଲି ଥରେ,

ମୋ ନିଃଶ୍ୱାସ ଆଜି ଅଟକି ଯାଉଛି 

  କାହିଁ ଚାଲି ଗଲ ଦୁରେ ।


ଆଖିର ଲୁହକୁ ନିଇତି ପିଉଛି

  ସାଉଁଟି ପ୍ରୀତି ତୁମରି ,

କେମିତି ଭୁଲିବି ତୁମ ଶେଷ ସ୍ପର୍ଶ

  ବଞ୍ଚୁଛି ମୁଁ ମରି ମରି।


ଥରୁଟିଏ ଆସ ଦେଖିଦେଇ ଯାଅ

   ଜଳୁଛି କେମିତି ଆଜି,

ବିକଳ ହେଉଛି ତୁମ ପ୍ରୀତି ପାଇଁ

   ମୁହୂର୍ତ୍ତେ ଜୀବନ ବାଜି ।


ଆଉ କେତେ ଦିନ ବଞ୍ଚିବି ଜାଣେନା

   ତଥାପି ଆଜି ହସୁଛି ,

ଜୀବନ ଜୀବିକା ପଛରେ ପକାଇ

   ଲୁହରେ ଖାଲି ଭିଜୁଛି ।


Rate this content
Log in

Similar oriya poem from Romance