ଅହଂକାରୀ ମଣିଷ
ଅହଂକାରୀ ମଣିଷ
କିଏ ଆଉ ବୁଝିବ ଲୋ ମୋ କଲମ ମୂଲ,
କିଏ ଆଉ ହେବ କୁହ ତୁମ ସମତୁଲ
ଅବୁଝା ଏ ମନ ମୋର,
ଖୋଜୁଥାଏ ବାରମ୍ଵାର,
ହୋଇ ଅସ୍ଥିର,
ହୋଇ ଅଧିର ।
କିଏ ଆଉ ପରଖିବ ମୋ ଶବ୍ଦ ସଂହାର,
କିଏ ଆଉ ସଜାଡ଼ିବ ଦେଇ ନୂଆ ସ୍ୱର
ଅଂହଭାବ ମନ ତୋର,
ମୋ କଲମ ଛାରଖାର,
ହୋଇ ସ୍ୱାର୍ଥପର,
ତୁ ହୋଇଲୁ ପଥର ।
କିଏ ଆଉ ଭେଟିଦେବ ନୂଆ ଉପହାର,
କିଏ ଆଉ ଆଣିଦେବ ସ୍ମୃତି ଅପାର
ଅଂହକାରୀ ମଣିଷ ଲୋ,
ବେଶୀ ନାହିଁ ଆୟୁଷ ଲୋ,
ହୁଅ ସ୍ଵାଭିମାନୀ,
ତୁମେ ଏଡ଼େ ବେଇମାନି ।
କିଏ ଆଉ ବୁଝିବ ଲୋ ମୋ ହୃଦୟ ଭାଷା,
କିଏ ଆଉ ଦେଖେଇବ ସ୍ବପ୍ନ ଅଭିଳାଷା
ମୋ କବିତା ବେ ସ୍ୱର,
ପାଇଲିନି ସାଥି ତୋର,
ବୁଝି ପାରିଲୁନି,
ଏଡ଼େ ଅଭିମାନୀ ।
କିଏ ଆଉ ସମ୍ଭାଳିବ ମୋ ଅଳି ଅଝଟ,
କିଏ ଆଉ କରିବ ଲୋ ମୋତେ ଆକଟ
ବୁଝ ଥରେ ମୋ ମନକୁ,
ଫେରିଆସ ମୋ ପାଖକୁ,
ଦେଖ ଫେରିଛି ଫଗୁଣ,
ଭୁଲି ଅଭିମାନ ।