STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ

ଅନ୍ଧ ବିଶ୍ବାସର ଅନ୍ଧାର ଗଳିରେ

1 min
13.9K



ସଂଜୟ କୁମାର ଦୀପ,24/9/2018

.................................


ଅନ୍ଧ ବିଶ୍ୱାସ ର ଅନ୍ଧାର ଗଳିରେ

ସବୁ ତ ଓଲଟା ହେଉଛି.....

ସତ ମଥାପିଟି କାନ୍ଦୁଛି

ଅନ୍ଯାୟ ଏଠାରେ ସ୍ବାର୍ଥ ରଙ୍ଗମଞ୍ଚେ

ସ୍ବାର୍ଥ ର ଗୀତି ଗାଉଛି।


ଏଠି

ଅନ୍ଧ ବିଶ୍ବାସ ର ଅନ୍ଧାର ଗଳିରେ

ବାବା ଭଗବାନ ବନୁଛି

ଧରମ ବିଶ୍ବାସୀ ନୀରିହ ଜନତା

ସବୁ ସମର୍ପଣ କରୁଛି...

ଭଣ୍ଡ ବାବା ସବୁ ଲୁଟୁଛି

ସମାଜ ଟା ଏଠି ନିରବ ଦର୍ଶକ

ସ୍ବାର୍ଥପର ପୂଜା ପାଉଛି।


ଅନ୍ଧ ବିଶ୍ୱାସ ର ଅନ୍ଧାର ଗଳିରେ

ଗୁଣିଆ ରୋଗ କୁ ଝାଡୁଛି

ରୋଗ ଭଲ ପାଇଁ ଗୁଣିଆ ଭାଇ ଟା

ମାନସିକ ପୂଜା କରୁଛି

ରକତ ର ବଳି ଦେଉଛି,

ଡାକତର ଏଠି ଦେଶୀ ମଦ ପିଇ

ଡାକ୍ତରଖାନା ରେ ଶୋଉଚି....

ନରିହ ଶିଶୁ ଟା ଗୁଣିଆ ଚେଙ୍କ ରେ

ଛଟପଟ ହୋଇ ମରୁଛି।


ଏଠି

ଆଇନ୍ ଆଖିରେ ଅନ୍ଧପୁଟୁଳ

ମିଛ ଜୟଗୀତି ଗାଉଛି

ଅସୁମାରୀ ସ୍ବପ୍ନ ଅଧୂରା ରହୁଛି

ସ୍ବାର୍ଥ ମହ ମହ ବାସୁଛି,

ମହାଭାରତର ଦୁଃଶାସନ ଏଠି ବିଶ୍ୱାସ ହରଣ କରୁଛି



ସ୍ବାର୍ଥପର ଖାଲି ହସୁଛି

ଅନ୍ଧ ବିଶ୍ୱାସ ର ଅଶୁଭ ରାକ୍ଷସ

ଆମ ସମାଜ କୁ ଗ୍ରାସୁଚି,

କହିଲେ କହିବ କହୁଚି !

ଆଉ କହିବିନି,

ଏତିକିରେ ଚୂପ୍ ରହୁଛି ।


ଫୁଲବାଣୀ,ଓଡ଼ିଶା

9556752827


Rate this content
Log in

Similar oriya poem from Inspirational