STORYMIRROR

Titi Sarangi

Abstract Others

2  

Titi Sarangi

Abstract Others

ଅନାବନା

ଅନାବନା

1 min
13.2K


ଫଳନ୍ତି ଗଛ ହିଁ ଫୋପଡ ଖାଏ ତଥାପି ଭୁଲେନି ଫଳିବାକୁ

ଭଲ ପଛରେ ହିଁ ଭାଲିଆ ଲାଗେ ବହୁତ ମିଳେ ଦେଖିବାକୁ ।

ତଥାପି ଫଳ ଫଳଉଥାଏ ଫଳନ୍ତି ଗଛ ମରିବା ଯାଏଁ

ନୂଆ ପୁରୁଣା ଅନେକ କ୍ଷତ ଦେହରେ ତାର ମିଳେଇ ଯାଏ।

ଭଲ ବି ପାରେନି ଖରାପ ହୋଇ ଭାଲିଆ ପଛେ ଲାଗୁ

ନିନ୍ଦା ଅପବାଦ ପୁରସ୍କାର ପିନ୍ଧି ବାଧ୍ୟ ହୁଏ ଚାଲିବାକୁ ।

ଜଳି ଯାଏ ପଛେ ବିଶ୍ଵାସର ଘର ପ୍ରତାରଣାର ନିଆଁରେ

ଅନେକ ଘରର ଅନ୍ଧାର କିନ୍ତୁ ଦୂର ହୋଇଯାଏ ତା ଧାସରେ ।


Rate this content
Log in

Similar oriya poem from Abstract