STORYMIRROR

Anil Kumar Parhi

Fantasy Abstract

2  

Anil Kumar Parhi

Fantasy Abstract

ଅନାବନା କବିତା - 13

ଅନାବନା କବିତା - 13

1 min
12.7K


ମୋ ଘର ନୁହେଁ କାଚର

ହେଲେ କାଚ ପରି ପରିଷ୍କାର।

ଘର ଉପରକୁ ଫିଙ୍ଗା ପଥରମାନଙ୍କୁ

ମୁଁ କାନ୍ଥ କରିଛି ଭିତରର।

କୁମ୍ଭୀର ହବା ଆଗରୁ

ଗୋଟେ ପଥର ଫିଙ୍ଗିବାକୁ

ଇଚ୍ଛା ହେଲା ଥରେ

ଭାଙ୍ଗିବାକୁ ଚାହିଁଲି

ଧର୍ମ, ଧାର, ଧୃଷ୍ଟତା

ଗଡ, ଗର୍ବ, ଗାମ୍ଭୀର୍ଯ୍ୟ

ସୀମା, ସମ୍ବିଧାନ ସାମର୍ଥ୍ୟ।

ଝଣ୍ କରି ଶବ୍ଦ ହେଲା

ଲକ୍ଷ୍ୟ ବଦଳରେ

ପଥର ଚୂର୍ଣ୍ଣ ହୋଇଗଲା।

ବୋଧେ

ପଥର ଫିଙ୍ଗାର କଳା

ମୋତେ ଜଣା ହିଁ ନଥିଲା।

ମୁଁ ପଥରର

ଭଗ୍ନ ଅଣୁପରମାଣୁ ଗୋଟେଇଲି

ମିଳିଲା ଗୋଟେ

ମୂର୍ତ୍ତିର ଅବଶିଷ୍ଟାଂଶ

ଗୋଟେ ମାଟିର ଇତିହାସ

ନିରେଖିଲା ବେଳକୁ

ସେ ଅବଶିଷ୍ଟାଂଶ ମୁଁ !!

ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy