STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ଅମୂଲ୍ୟ ରତ୍ନ

ଅମୂଲ୍ୟ ରତ୍ନ

1 min
13K


ମନେ ରଖ ଭାଇ  ନୁହେଁ ଚିର ସ୍ଥାୟୀ

ଧନ ଜନ ଯଉବନ

ଟିକେ ଦେଲେ ମନ ହୋଇଯିବ ଧନ୍ୟ

ହେବ ସ୍ଥାୟୀ ସବୁ ଦିନ


ତୁମ ପାଶେ ଅଛି     ଅମୂଲ୍ୟ ରତନ

ସ୍ନେହ ପ୍ରୀତି ଆଉ ପ୍ରେମ

ଗର୍ବ ଅହଙ୍କାର          ସ୍ୱଭାବରେ ତାହା

ହେଉଅଛି ଅକାରଣ


ମନକୁ ଯୋଡଇ   ଆଉ ଗୋଟେ ମନ

ଲଗାଇ ମମତା ଅଠା

ଭାଙ୍ଗିଯାଏ ନାହିଁ       ହୁଏ ଚିରସ୍ଥାୟୀ

ଥିଲେ ଶୁଦ୍ଧ ତାର ନିଷ୍ଠା


କାହିଁକି କୁଣ୍ଠିତ    ଆହେ ମୋର ମିତ

ଯୋଡା ଯୋଡି କରି ମନ

ଦେଖିବ କେମିତି   ମଜା ଲାଗୁଅଛି

ବଞ୍ଚିଥିବ ସବୁଦିନ


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational