STORYMIRROR

Durjyodhan Barik

Comedy Others

4  

Durjyodhan Barik

Comedy Others

ଅମାନିଆ ପୁଅ

ଅମାନିଆ ପୁଅ

1 min
238


ପୁଅ ଟି ମୋହର ହେଲା ଅମାନିଆ

ଝିଅଟେ ଆସିଛି ନେଇ

ମନା କଲେ ଯେତେ ମୋଟେ ମାନୁନାହିଁ

କହେ ବାହା ହେବାପାଇଁ ।

ପୁଅକୁ ଚାଲିଛି ସତର ବରଷ

ଝିଅକୁ ପନ୍ଦର ହେଲା,

କେମିତି ବାହାକୁ ସନମତି ଦେବି

ଦୁଇ ଜଣ ଯାକ ପିଲା ।

ନିୟମ କାନୁନ କଥାଟି କହିଲେ

କହେ ଘରୁ ପଳାଇବେ,

ଗାଆଁ ଗାଆଁ ବୁଲି ଲୁଚି ରହୁଥିବେ

ପୋଲିସ ବି ନପାଇବେ ।

ଯେବେଠୁ ଆଣିଲା ସେହି ଝିଅ ଟିକୁ

କାମ ଦାମ କରୁନାହିଁ

ସେ ଝିଅ ପଛରେ ଗୋଡ଼େଇ ବୁଲୁଛି

ଘରଠି ବେକାର ରହି । 

କହୁଅଛି ସିଏ ଅଛି ବିପିଏଲ୍

କାହିଁକି ଆମେ ଖଟିବା ,

ଚାଉଳ ମିଳୁଛି ଗୋଟେ ଟଂକା କିଲୋ

ସେଇଥିରେ ଚଳିଯିବା ।

କାହିଁକି ଖଟିବା ଦେହ କଷ୍ଟ ହେବ

ମିଳୁଛି ତ ସବୁ କିଛି,

କାଳିଆ ଯୋଜନା ମନେରଗା ଭତ୍ତା

ଆଉ ଯେତେ ଯାହା ଅଛି ।

କମ୍ଯୁନିଟି ଘରେ ତାଆସ ଖେଳୁଛି

ଅନ୍ୟ ପିଲା ସଙ୍ଗେ ମିଶି

ଖେଳ ସରିଗଲେ ସାଙ୍ଗ ସାଥି ମେଳେ

ପିଇ ଦିଏ ମଦ ଦେଶୀ ,

ଯଦି କେହି କୁହେ ଧମକ ଦିଅଇ

ବେକେ ଲଗାଇବ ରଶି ।

ଆଜି କାଲି ଏହା ହେଲା ସାଧାରଣ

ଦୋଷ ପିଲା କରିଥିଲେ

ସେହି ପିଲା ଯଦି ନାବାଳକ ହୁଏ

ପିତା ମାତା ବନ୍ଧା ହେଲେ ।

କଅଣ କରିବି କେମିତି ବୁଝିବ

ବୁଦ୍ଧି ମୋତେ ଦିଶୁ ନାହିଁ,

କେହି ଯଦି ବଂଧୁ ଉପାୟ ଜାଣିଛ

ମୋତେ ଟିକେ ଦିଅ କହି ।



Rate this content
Log in

Similar oriya poem from Comedy